ଜିଲ୍ଲା ସ୍ତରୀୟ ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ତାଲିମ ଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ-୨୦୨୫ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରି ସୁବର୍ଣ୍ଣପୁର ଡ଼ା ପ୍ରଦୀପ କୁମାର ଗୁରୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉଚ୍ଚ ରକ୍ତଚାପ ରୋଗ ର କାରଣ ଓ ନିରାକରଣ ଉପରେ ଆଲୋଚନା କରି ରକ୍ତ ଚାପ ଜନିତ ମୃତ୍ୟୁହାରକୁ କମ୍ କରିବା ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧୀକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ା ଦୁର୍ଗାଦତ୍ତ ଦାଶ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ମନୋଜ କୁମାର ଅଦାବର ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (VBD) ଡ଼ା ଗୋପାଳ ଚନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର ଜିଲ୍ଲା ସ୍ବାସ୍ଥ୍ୟ ମିଶନ, ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ର ଅଧୀକ୍ଷକ ସ୍ମିତାଶ୍ରୀ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଉକ୍ତ ଦିବସ ର ସ୍ଲୋଗାନ, ସନ୍ତୁଳିତ ଖାଦ୍ୟ, ଉତ୍ତମ ଜୀବନ ଶୈଳୀ, ନିଶା ଯୁକ୍ତ ଖାଦ୍ୟ ରୁ ବିରତ ହୋଇ ଶାରୀରିକ ପରିଶ୍ରମ କରିବା ଓ ନିୟମିତ ରକ୍ତଚାପ ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଉଚ୍ଚ ରକ୍ତଚାପ ଜନିତ ମୃତୃ ହାର କୁ ନିହାତି ହ୍ରାସ କରି ସୁସ୍ଥ ସୁନ୍ଦର ସମାଜ ଗଠନ ସମ୍ଭବ ହୋଇ ପାରିବା ଉପରେ ଆଲୋକପାତ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ଡ୍ରଇଂ ଓ କୁଇଜ୍ ପ୍ରତିଯୋଗୀ ୧୦ ଜଣ ଙ୍କୁ ପୁରସ୍କୃତ କରିଥିଲେ। ଉକ୍ତ ସଭାରେ ନର୍ସିଂ ସ୍କୁଲ ର ଛାତ୍ର ଛାତ୍ରୀ, ନର୍ସିଂ ଅଫିସର, ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ। ସହକାରୀ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରିଥିବାବେଳେ ଜିଲ୍ଲା ଅଣ ସଂକ୍ରାମକ ରୋଗ ସଂଜୋଜକ ଗୀତାଞ୍ଜଳି ମେହେର, ସେହେଲି ହଲଦାର୍, ଅନୁପ ରଞ୍ଜନ ଦାସ, ଦେବାଶିଷ ବାରିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.