ମୋଟେର ନୂତନ ମାର୍କେଟ କମ୍ପ୍ଲେକ୍ସକୁ ନେଇ କୁସୁମଖୁଣ୍ଟି ଗ୍ରାମବାସୀ ବିଡ଼ିଓଙ୍କ ଦ୍ୱାରସ୍ଥ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ମୌଜାରେ ଥିବା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇ ଦୀର୍ଘ ବର୍ଷ ହେଲାଣି।ହେଲେ ଆଜି ପର୍ଯ୍ୟନ୍ତ ସରକାରୀ ସ୍ଥରରେ କୌଣସି ନିଲାମ ନ ହୋଇ ଜଣେ ପ୍ରଭାବଶାଳୀ ବ୍ୟକ୍ତି ତାହା ପୁଣି ବ୍ଲକ ବାହାରର ବ୍ୟକ୍ତିକୁ ଟେକି ଦେଇ ଢ଼ାବା ଖୋଲିବାକୁ ଅନୁମତି ଦେଇଛନ୍ତି ମୋଟେର ପଞ୍ଚାୟତ କତୃପକ୍ଷ। ଚାରି କୋଠରୀ ବିଶିଷ୍ଟ ଘରକୁ ଭାଙ୍ଗି ମୋଟେର ପଞ୍ଚାୟତ କତୃପକ୍ଷ ଜଣକ ହାତରେ ବିନା ନିଲାମରେ ଟେକି ଦେବା ଓ ବେସରକାରୀ ନିୟମରେ ଅର୍ଥ ଉପାର୍ଜନ କଲାଭଳି ପନ୍ଥା ଆପଣେଇବା ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି। ଆଶା ଥିଲା ପଞ୍ଚାୟତ ଅଧିନର କିଛି ବେକାର ଯୁବକ ଦୋକାନ ବଜାର କରି ଆତ୍ମନିର୍ଭରଶୀଲ ହୋଇ ପରିବାର ପ୍ରତିପୋଷଣ କରିବେ। କିନ୍ତୁ ପଞ୍ଚାୟତର ଏପରି କାର୍ଯ୍ୟକୁ ସାଧାରଣରେ ସନ୍ଦେହ ହେବା ସହ ସାମୁହିକ ଭାବରେ କେମିତି ଅଧିକ ଲୋକ ରୋଜଗାର କ୍ଷମ ହେଇପାରିବେ ସେ ନେଇ ଆଜି କୁସୁମଖୁଣ୍ଟି ଗ୍ରାମର ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଦରଖାସ୍ତ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଓ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କୁ ପ୍ରଦାନ କରାଯଇଛି। ଏନେଇ କୋକସରା ବିଡ଼ିଓ ଡ଼. ମାଝୀ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ସେହିପରି ନୂତନ ଭାବରେ ତିଆରି ହେବାକୁ ଥିବା ମାର୍କେଟ କମ୍ପ୍ଲେକ୍ସ ଜାଗା ଚିହ୍ନଟ ପରେ ନିର୍ମାଣ ହେବ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ଜେନା କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.