କିଡ଼ିଙ୍ଗ ବେହେରା ପୋଲରେ ଓଲଟିଲା ବକ୍ସାଇଟ୍ କଣ୍ଟେନର: ଗତକାଲି ଓଲଟିଥିଲା ଚାଉଳ ବୋଝେଇ ଟ୍ରକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା – ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ କିଡିଙ୍ଗ ନିକଟସ୍ଥ ବେହେରାପୋଲ ପାଲଟିଛି ମରଣଯନ୍ତା। ଏହି ପୋଲରେ ପ୍ରତିଦିନ ଦୁର୍ଘଟଣା ଦେଖାଯାଉଥିବା ବେଳେ ଗତକାଲି ମଙ୍ଗଳବାର ଏହି ପୋଲ ଉପରେ ଏକ ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାୟଗଡ଼ା ଜିଲ୍ଲା ଟିକିରି ଠାରୁ ବକ୍ସାଇଟ୍ ଲୋଡ୍ କରି ଉତ୍ତର ପ୍ରଦେଶ ଯାଉଥିବା ଇଉପି-୬୪-ଏଟି-୩୫୭୦ ନମ୍ବର ବିଶିଷ୍ଟ ବକ୍ସାଇଟ୍ ବୋଝେଇ କଣ୍ଟେନର ଆଜି ଅପରାହ୍ନ ସମୟରେ କିଡିଙ୍ଗ ନିକଟସ୍ଥ ବେହେରାପୋଲ ରାସ୍ତା କଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି। ଏଥିରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। କଣ୍ଟେନରଟି ବିଦ୍ୟୁତ୍ ପୋଲ ଉପରେ ପଡ଼ି ରହିଥିବା ବେଳେ ଏହି ରାସ୍ତାରେ ଲୋକେ ଯିବାଆସିବା ପାଇଁ ଭୟଭୀତ ହୋଇ ପଡିଛନ୍ତି। ତେବେ ପ୍ରତିଦିନ ଏଠାରେ ଦୁର୍ଘଟଣା ଘଟୁଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କଳାହାଣ୍ଡି ପୂର୍ତ୍ତବିଭାଗ ଏଥିପ୍ରତି ଦୃଷ୍ଟିପାତ କରୁନାହାନ୍ତି। ଫଳରେ ବେହେରାପୋଲ ଏବେ ମରଣଯନ୍ତା ପାଲଟିଥିବା ବେଳେ ଲୋକଙ୍କ ପାଇଁ କାଳ ସାଜିଛି। ତେବେ କଳାହାଣ୍ଡି ଜିଲ୍ଲା ପୂର୍ତ୍ତବିଭାଗ ପକ୍ଷରୁ ବେହେରାପୋଲ ନିକଟରେ ଥ‌ିବା ବୁଲାଣିକୁ ଜାଗାକୁ ଚିହ୍ନଟ କରିବା ସହିତ କୈାଣସି ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେରେ ଦାବି ହେଉଥିବା ବେଳେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମତପ୍ରକାଶ ପାଉଛି। ବର୍ତମାନ ଦୁର୍ଘଟଣାଗ୍ରସ୍ତ କଣ୍ଟେନରଟି ରାସ୍ତା କଡ଼ରେ ଓଲଟି ପଡ଼ିଥିବା ବେଳେ ସିକେରକୁପା ଫାଣ୍ଡି ପୋଲିସ ଘଟଣାସୁଳରେ ପହଞ୍ଚି ତଦନ୍ତ କରୁଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.