ପ୍ରଗତି କଲେଜର ସ୍ୱାଗତ ବିଶ୍ୱାଳ ୫୭୯ ମାର୍କ ସହ ପଶ୍ଚିମ ଓଡ଼ିଶା ଟପ୍ପର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଶ୍ରୀମାନ ସ୍ୱାଗତ ବିଶ୍ୱାଳ (୫୭୯) ୯୬.୫୦% ନମ୍ବର ରଖି ପଶ୍ଚିମ ଓଡିଶା ଟପ୍ପର ହୋଇଛନ୍ତି ।

ସେହିଭଳି ଆଶ୍ୱାସନା ଗହୀର (୫୬୧) ୯୩.୫୦%, ଚିନ୍ତାମଣି ଗୌଡ଼ (୫୫୭) ୯୨.୮୩%, ଅଜିତ କୁମାର ଦୁଣ୍ଡୁକିଆ (୫୫୪) ୯୨.୩୩%, ରାହୁଲ ବୋଡ଼କିଆ (୫୫୨) ୯୨%, ଦୀକ୍ଷାନ୍ତ ରଞ୍ଜନ ବେହେରା (୫୪୯) ୯୧.୫୦%, ଶେଖର ବିଶି ( ୫୪୨) ୯୦.୩୩%, ରାକ୍ଷୀ ନାଏକ (୫୪୮) ୯୧.୩୩%, ଚନ୍ଦନ ସାହୁ ( ୫୪୮) ୯୧.୩୩%, ହୀମେଶ ବାଗ ( ୫୪୮) ୯୧.୩୩%, ମଳୟ ରଞ୍ଜନ ନାୟକ (୫୪୭) 

୯୧.୧୬%, ସୁହାନ ମିଶ୍ର (୫୪୬) ୯୧%, ଶୁଭମ ବେହେରା (୫୪୫) ୯୧%, ଯଯାତି କେଶରୀ ନାୟକ (୫୪୬) ୯୧%, କ୍ଷିତେଶ କୁମାର ଭାଟି (୫୪୬) ୯୧%, ପଲ୍ଲବୀ ରଣା (୫୪୩) ୯୦.୫୦% , ଅପୂର୍ବ ଦେବଦୁର୍ଲ୍ଲଭ ସ୍ୱାଇଁ (୫୪୦) ୯୦%, ତୁଷ୍ମିନ ସାହୁ ୯୦%, ସରଗମ ସାହୁ ୯୦%, ପ୍ରଭଞ୍ଜନ ସା ୯୦% ନମ୍ବର ରଖି କୃତକାର୍ଯ୍ୟ ହେବା ସହିତ ଜିଲ୍ଳା ପାଇଁ ଗୌରବ ଆଣିବାରେ ସକ୍ଷମ ହୋଇଛନ୍ତି ।

ସ୍ୱାଗତ ବିଶ୍ୱାଳ ହେଉଛନ୍ତି  ଭବାନୀପାଟଣା ବ୍ଲକ  ଅନ୍ତର୍ଗତ ଉଦେପୁର ଶ୍ରୀଯୁକ୍ତ ଗୋକୁଳ ବିଶ୍ୱାଳ  ଏବଂ ଶ୍ରୀମତୀ ସସ୍ମିତା ବିଶ୍ଵାଳଙ୍କର ପୁତ୍ର ।  ଚଳିତ ବର୍ଷ ୨୦ ଜଣ ଛାତ୍ରଛାତ୍ରୀ  ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ୱର ପଶ୍ଚିମ ଓଡ଼ିଶାରେ ରେକର୍ଡ ସୃଷ୍ଟି କରିଛନ୍ତି ।

ସେହିଭଳି  ୫୦୦ ରୁ ଉର୍ଦ୍ଧ୍ବ ନମ୍ବର ରଖି ୫୭ ଜଣ ଛାତ୍ରଛାତ୍ରୀ, ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି ୮୪ଜଣ ଛାତ୍ରଛାତ୍ରୀ ଏବଂ ୨୭୫ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହେବା ସହିତ ପ୍ରଗତି କଲେଜର  ପରୀକ୍ଷା ଫଳାଫଳ ଶତ ପ୍ରତିଶତ ରହିଛି ।

ଚଳିତ ବର୍ଷର ଏହି ଆଶାତୀତ ଫଳାଫଳରେ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମନରେ ବେଶ ଉତ୍ସାହ ସୃଷ୍ଟି ହେବା ସହିତ  ଅଭିଭାବକମାନେ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ପ୍ରସଂଶା କରିଛନ୍ତି ।

ଉକ୍ତ ଫଳାଫଳକୁ ନେଇ କଲେଜର ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା, ସମ୍ପାଦକ ଅଜୟ କୁମାର ପଣ୍ଡା, ଅଧ୍ୟକ୍ଷ ଶେଷଦେବ ମୁଣ୍ଡ ମଧ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.