କଲ୍ୟାଣ ମଣ୍ଡପରେ ହେବାକୁ ଥିବା ବୈଠକକୁ ନିନ୍ଦା କଲା ପଣ୍ଡରା ମାଳି ସେବା ସଙ୍ଘ

ଆତ୍ମଘୋଷିତ ସଭାପତିଙ୍କ ମନମୁଖୀ କାର୍ଯ୍ୟରେ ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣି ରାଉତ): କିଛିଦିନ ହେଲା ପଣ୍ଡରାମାଳି ସମାଜର କର୍ମକର୍ତ୍ତା ଚୟନକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି l ଗୋଟିଏ ପଟେ ଚୟନ ହୋଇଥିବା କର୍ମକର୍ତ୍ତାଙ୍କୁ ଆତ୍ମଘୋଷିତ କହି ବିରୋଧ କରୁଛି ପଣ୍ଡରାମାଳି ସେବାସଙ୍ଘ l ସଭାପତି ଓ କୁଳପତିଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଦୁହିଁଙ୍କ ବାର୍ତ୍ତା ଓ ପତ୍ରସଂଖ୍ୟା ତାଲମେଲ ଖାଉନଥିବା ଅଭିଯୋଗ ହେଉଛି l ଏପଟେ ଧର୍ମଗଡ଼, ଜୁନାଗଡ଼, କୋକସରା, କଲମପୁର ପଣ୍ଡରାମାଳି ସମାଜର ବୁଦ୍ଧିଜୀବୀ ଓ ସଚେତନ ନାଗରୀକ ଓ ସମାଜପ୍ରେମୀ ମାନେ କର୍ମକର୍ତ୍ତାଙ୍କ ପଦବୀକୁ ଅସାମ୍ବିଧାନିକ ମନେକରି ଏକ ମହାସଭା ଆୟୋଜନକରି ନୂତନ କର୍ମକର୍ତ୍ତା ଚୟନ ପାଇଁ ପ୍ରସ୍ତୁତି ଶେଷପର୍ଯ୍ୟାୟରେ ଉପନୀତ କଲେଣି l ଏଣୁ ମେ ୨୫ ତାରିଖ ରବିବାର ଦିନ ଧର୍ମଗଡ଼ କଲ୍ୟାଣମଣ୍ଡପ ଠାରେ ହେବାକୁଥିବା ବୈଠକକୁ ଅଶୋଭାନିୟ ମନେକରି ଶନିବାର କେବଡ଼ି ସମାଜ ଭବନ ଠାରେ ପଣ୍ଡରାମାଳି ସେବାସଙ୍ଘ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ କୌଣସି ସାମାଜିକ କର୍ମୀ ଉପସ୍ଥିତ ନ ହେବା ଓ ମହାସଭା, ନୂତନ କର୍ମକର୍ତ୍ତା ଚୟନପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ବୈଠକ ନ ରଖିବାକୁ ପଣ୍ଡରାମାଳି ସମାଜର ୩୬ ବର୍ଗର ସମାଜପ୍ରେମୀ ସୁଚିନ୍ତିତ ଆସୁବାର୍ତ୍ତା ଦେଇଛନ୍ତି l ଏହି ବୈଠକରେ ଜିଲ୍ଲା ଉପସଭାପତି ବିଦ୍ୟାଧର ନାଏକ, ଧର୍ମଗଡ଼ ଗୈନ୍ତିଆ ଗିରି ପ୍ରସାଦ ନାଏକ, ଥନଟ ଗୈନ୍ତିଆ ଗୋବିନ୍ଦ ନାଏକ, ଗଡିଆଯୋର ଗୈନ୍ତିଆ ଉଦିତ ନାଏକ, ପ୍ରେମ ଲାଳ ନାଏକ, ଧନିନ୍ଦ୍ର ନାଏକ, କୃଷ୍ଣ ଚନ୍ଦ୍ର ନାଏକ, ଜୟନ୍ତ ନାଏକ, ସମେତ ଵହୁ ଲୋକ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.