ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ଦ୍ୱାରା ପାଟଣାଗଡ଼ ଓମ କଲ୍ୟାଣ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ସଭାପତି ଲକ୍ଷ୍ମଣ ବାଗ ନେତ୍ୱତରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରେଜେଙ୍ଗାଲାରେ
ସହୀଦ ହେଇଥିବା ୧୧୪ ଅହୀର ସହୀଦ ଯବାନଙ୍କ ସୃତି ଉଦେଶ୍ୟରେ ଜିଲ୍ଲା ସାରା ରଥ ପରିକ୍ରମା କରିବ ପାଇଁ ପ୍ରସୂତି ବୋୖଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସର୍ବ ସମ୍ମତି କ୍ରମେ ଜିଲ୍ଲା ଯୁବ ଯାଦବ ମହାସଭାର ନୂତନ ସଭାପତି ରୂପେ ସଇଁତଲା ସରପଞ୍ଚ ସୁବ୍ରତ ନାଗଙ୍କୁ ଘୋଷଣା କରାଯାଇଥିଲା। ଏଥିରେ ମଞ୍ଚାସିନ ଅତିଥି ଭାବରେ ଉପସ୍ଥିତ ଥିଲେ ଜିଲ୍ଲା ଯାଦବ ମହାସଭା ସଭାପତି ଲକ୍ଷ୍ମଣ ବାଗ, ଉତ୍କଳ ଯାଦବ ମହାସଭାର ସମ୍ପାଦକ ମନୋଜ ହାତୀ, ବିଜୟ ବିଶି, ଜିଲ୍ଲା ଉପସଭାପତି ସାଧାରଣ ସମ୍ପାଦକ ଦିଲୀପ ରାଜପଳିଆ, ଜିଲ୍ଲା ମହିଳା ସଭା ନେତ୍ରୀ ମୂରଣମୟ ଭୋଇ, ଯାଦବ ପୌରପାଳିକା ସଭାପତି ଯୋତକ ଘେବେଳା ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ କିପରି ଯୁବ ଯାଦବ ମହାସଭା ସୁଦୃଢ ହେବ ତା ଉପରେ କାର୍ଯ୍ୟ କରିବି ବୋଲି ନବ ମନୋନୀତ ସଭାପତି ଶ୍ରୀ ନାଗ ସୂଚନା ଦେଇଥିଲେ। ସଭା ପରିଚାଳନା କରିଥିଲେ ମନିରମ ନାଗ।