ବୋଡେ଼ନ ଆଞ୍ଚଳିକ ଯାଦବ ସମିତି ପୁର୍ନଃଗଠିତ

ଓଡିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ଼ ବ୍ଲକ ଅଇଁଲାଯୋର ମହାଭାରତ ପଡିଆରେ ରବିବାର ଦିନ ବୋଡେ଼ନ ଆଞ୍ଚଳିକ ଯାଦବ ସମିତିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ପୂର୍ବତନ କଳାହାଣ୍ଡି ଜିଲ୍ଲା ସଭାପତି ଡମ୍ବରୁଧର ଲହଜଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ସଭାପତି ଶଙ୍କର ପ୍ରସାଦ ଯୁଆଡ, ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ଡାକେଶ୍ୱର ଲହଜଳ, ଧର୍ମଗଡ଼ ଏନଏସି ସଭାପତି ଅନିରୁଦ୍ଧ ଲହଜଳ, ବଡ଼ଘୁମେର ଆଞ୍ଚଳିକ ସଭାପତି ନିରାକାର ଗୋପାଳ, ସନ୍ଧି କୂଳେର ଆଞ୍ଚଳିକ ସଭାପତି ନରୋତ୍ତମ ବାଗ, ଖଇରପଦର ଆଞ୍ଚଳିକ ସଭାପତି ଶଶୀଧର ନାଗ, ବେହେରା ଆଞ୍ଚଳିକ ସଭାପତି ଗୌର ବାଗ, ସମ୍ପାଦକ ଭକ୍ତ ଭୋଇ, ପିପଲା ଆଞ୍ଚଳିକ ସଭାପତି କାର୍ତ୍ତିକ ଛତ୍ରିଆ, ବଡ ବସୁଲ ଆଞ୍ଚଳିକ ସମ୍ପାଦକ ଚୌବନ କଟା, ଧର୍ମଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣି ରାଉତ, ଯାଦବ ପୂଜକ  ତୁଳସିରାମ ଯୁଆଡ ପ୍ରମୁଖ ଉପସ୍ଥିତ ଥିଲେ। ସର୍ବସମ୍ମତି କ୍ରମେ ବୋଡେ଼ନ ଆଞ୍ଚଳିକ ଯାଦବ ସମିତିର ନୂତନ ସଭାପତି ଭାବେ ଗୌରାଙ୍ଗ ଭଇସାଲଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକ ଭାବେ ନିମାଇଁ ଗୋପାଳ, ଉପସଭାପତି ବରୁଣ ଭଇସାଲ, ସହସମ୍ପାଦକ ସୌମ୍ୟ ରଞ୍ଜନ ଖଡ଼ିକାର, କୋଷାଧକ୍ଷ  ଚକ୍ରଧର ଭଇସାଲଙ୍କୁ ମନୋନୀତ କରାଯାଇଛି। ସେହିଭଳି ଯୁବ ସଭାପତି ଭାବରେ ବଦ୍ରୀନାଥ ଗୋପାଳ, ଯୁବ ସମ୍ପାଦକ ଵୃଷବ ହେର୍ଣ୍ଣା, ମହିଳା ସଭାନେତ୍ରୀ ମଞ୍ଜୁଲତା ଭଇସାଲ ମନୋନୀତ ହୋଇଛନ୍ତି। ଆଗାମୀ ଦିନରେ ଯାଦବ ସମାଜର କୁସଂସ୍କାର ଦୂର କରି ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ରୀତିନୀତିରେ ପରିବର୍ତ୍ତନ ଆଣି ସୁନ୍ଦର ଓ ସ୍ୱଚ୍ଛ ସମାଜ ଗଠନ ପାଇଁ ସମସ୍ତ କର୍ମକର୍ତ୍ତା ପ୍ରତିଶୃତି ଦେଇଥିଲେ। ପୂର୍ବତନ ଆଞ୍ଚଳିକ ସଭାପତି ଭବାନୀ ଖଡ଼ିକାର, ଗୋପବନ୍ଧୁ ଭଇସାଲ, କେତୁରାମ ଭଇସାଲ, ଏକାଦଶୀ ଗୋପାଳ, କଂସ ଭଇସାଲ ସହଯୋଗ କରିଥିଲେ। ଵୃଷବ ହେର୍ଣ୍ଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବୋଡେ଼ନ, ଅଇଁଲାଯୋର, ଦାବିରିପଦାର, ରଙ୍କାବାହଳ ଗ୍ରାମର ଯାଦବ କର୍ମକର୍ତ୍ତା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.