ସର୍ଗିଗୁଡା ପ୍ରହରୀ ମଣ୍ଡପରେ ସାମୁହିକ ସାବିତ୍ରୀ ବ୍ରତ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଅନେକ ମନ୍ଦିର ଗୁଡିକରେ ସାମୁହିକ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି। ସଧବା ନାରୀ ମାନେ ସ୍ୱାମୀଙ୍କ ମଙ୍ଗଳ ମନାସି ଏହି ବ୍ରତ କରୁଥିବା ବେଳେ ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ନର୍ଲାରୋଡ ଶିବ ମନ୍ଦିର, ନର୍ଲା ଶିବ ମନ୍ଦିର, ତ୍ରୀନାଥ ମନ୍ଦିର, ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରଭୃତି ସ୍ଥାନରେ ସାମୁହିକ ସାବିତ୍ରୀ ବ୍ରତ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା। ଏହିକ୍ରମରେ ସର୍ଗିଗୁଡା ବସ୍ତି ମଝିରେ ରହିଥିବା ରାଧାକୃଷ୍ଣଙ୍କ ନାମଯଜ୍ଞ ମଣ୍ଡପରେ ଗ୍ରାମର ଶତାଧିକ ସଧବା ନାରୀ ମାନେ ପୂର୍ବାହ୍ନ ୧୦ ଘଣ୍ଟା ସମୟରୁ ଏକତ୍ରିତ ହୋଇ ସାମୁହିକ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଠାକୁରଙ୍କ ପାଖରେ ବିଭିନ୍ନ ପ୍ରକାରର ଫଳ ଓ ଫୁଲ ସମର୍ପଣ ପରେ ବ୍ରତୀ ମାନେ ନୂତନ ବସ୍ତ୍ର ଅର୍ପଣ କରିଥିଲେ। ପୂଜକ ଭାବରେ ବ୍ରହ୍ମା ପଣ୍ଡିତ ଦୁଃଖିଶ୍ୟାମ ମିଶ୍ର ପୂଜନ କାର୍ଯ୍ୟ କରିଥିଲେ। ସାବିତ୍ରୀ ବ୍ରତ ପୂଜା ସରିଯିବା ପରେ ସମବେତ ବ୍ରତୀ ଓ ଜନସାଧାରଣଙ୍କୁ ସାମୁହିକ ପ୍ରସାଦ ବଣ୍ଟନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.