ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ
ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତ ୨୨ ତାରିଖରେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ କୁଲଥି ପାଲି ଗାଁ ରେ ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କୁ କଙ୍ଗାରୁ କୋର୍ଟ ମାଧ୍ୟମରେ ମରଣାନ୍ତକ ଆକ୍ରମଣ ଘଟଣା ଓ ଗଣ ମାଧ୍ୟମର କଣ୍ଠରୋଧ ଭଳି ଏକ ସ୍ପର୍ଶକାତର ଘଟଣା ପ୍ରସଙ୍ଗକୁ ଦୃଢ଼ ନିନ୍ଦା କରିଛନ୍ତି ସୁବର୍ଣ୍ଣପୁରର କାର୍ଯ୍ୟରତ ସାମ୍ୱାଦିକ। ଦୋଷୀ ଠିକାଦାର ଓ ତାଙ୍କ ପୁତୁରା ଓ ସହଯୋଗୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ତଦନ୍ତ ଓ ଦୃଢ କାର୍ଯାନୁଷ୍ଠାନ ସହ ରାଜ୍ୟରେ ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ କରି ଗଣତନ୍ତ୍ର ଓ ଦେଶର ସୁରକ୍ଷା ପାଇଁ ସାମ୍ୱାଦିକଙ୍କୁ ସ୍ୱାଧୀନ ଓ ନିର୍ଭୀକ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦେବାକୁ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଛନ୍ତି। ଏଥିରେ ଜିଲ୍ଳାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାମ୍ୱାଦିକ ମାନେ ଯୋଗ ଦେଇ ଦୃଢ଼ ନିନ୍ଦା କରିବା ସହ ସଂପୃକ୍ତ ଠିକାଦାର ଙ୍କୁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗମୀ ଦିନରେ ଧାରଣା ଓ ପ୍ରତିବାଦ ସଭା ପୁଣି ହେବାକୁ ନିଷ୍ପତ୍ତି ନିଆଯାଇଥିଲା।