ସୁବର୍ଣ୍ଣପୁରଠାରେ ଗୋ ସେବା ପାଳନ କେନ୍ଦ୍ରର ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ):  ସୋନପୁର ସହରର କୁଲପଡା ଠାରେ ଗୋପାଳଜୀ ଗୋ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୋ ସେବା ପାଳନ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି। ଏହାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଉଦଘାଟନ କରିବା ସହ ଟ୍ରଷ୍ଟର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଗୋ ସୁରକ୍ଷା ଓ ଲାଳନ ପାଳନ ପ୍ରତ୍ୟେକ ନଗରିକଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ବୋଲି ମତ ରଖିଥିଲେ। ଏହାର ଭିତ୍ତିଭୂମିର ବିକାଶ ଓ ସୁ-ପରିଚାଳନା ପାଇଁ ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ସହଯୋଗ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ଟ୍ରଷ୍ଟର ସଭାପତି ପବନ କୁମାର ଅଗ୍ରୱାଲଙ୍କ ସଂଜଜୋନା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରକନ୍ୟା ମଠର ମଠାଧୀଶ ଲବ ଶତପଥୀ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଋଷି ମାଝୀ, ଆରତୀ ଅଗ୍ରୱାଲା, ଟ୍ରଷ୍ଟ କୋଷାଧ୍ୟକ୍ଷ କମଲ ଅଗ୍ରୱାଲ, ମଲ୍ଲିକା ଦେବୀ ଅଗ୍ରୱାଲା, ବରିଷ୍ଠ ନାଗରିକ ଈଂ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଚମରା ରାମ ତ୍ରିପାଠୀ, ଭୁବନ ମୋହନ ତ୍ରୀପାଠୀ, ମାରୱାଡି ଯୁବା ମଞ୍ଚ ସଭାପତି ମନୋଜ୍ ଅଗ୍ରୱାଲା, ଅମିତ୍ ଅଗ୍ରୱାଲା, ଫୁଲଚନ ଅଗ୍ରୱାଲା, ସୁରେଶ କମାଣି ପ୍ରମୁଖ ମାରୱାଡ଼ି ଯୁବା ମଞ୍ଚ, ସ୍ବଚ୍ଛ ଭାରତ ସଙ୍ଗଠନ ଓ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା, ବୁଦ୍ଧିଜୀବୀ, ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇ ଟ୍ରଷ୍ଟ ପରିଚାଳକଙ୍କୁ ଉତ୍ସାହିତ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.