ଭାନପୁରରେ ରବି ଧାନମଣ୍ଡି ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁରଠାରେ ଶୁକ୍ରବାର ଉଦଘାଟିତ ହୋଇଯାଇଛି ରବି ଧାନ ମଣ୍ଡି । ଗତ ଖରିଫ ସିଜନରେ ଭାନପୁର ମହାଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ ଧାନ କିଣିଥିଲେ। ଏବେ ରବି ସିଜନ୍ ମଧ୍ଯ ଧାନ କିଣୁଛନ୍ତି ଏହି ମହିଳା ଗୋଷ୍ଠୀ।‌ ଶୁକ୍ରବାର ଦିବା ୧୧.୩୦ ସମୟରେ ଭାନପୁର ମିଶନ ଶକ୍ତି ଭବନ ପରିସରରେ ଅନୁଷ୍ଠିତ ଧାନ ମଣ୍ଡିକୁ ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶୁଭ ଉଦ୍ଘାଟନ କରିଥିଲେ। ମିଲର୍ସ ଏଜେଣ୍ଟ ମହେଶ ପଧାନଙ୍କ ସମେତ ଅଞ୍ଚଳର ୨୦ ରୁ ଉର୍ଦ୍ଧ୍ବ ଚାଷୀ ଓ ଧାନ ମଣ୍ଡିରେ କାର୍ଯ୍ୟରତ ଶ୍ରମିକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରୀ ସୁନୀତା ବେହେରା ଓ ଧର୍ମିଷ୍ଟା ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଇତ୍ୟବସରରେ ମିଶନ ଶକ୍ତିର ମହାଲକ୍ଷ୍ମୀ ଗୋଷ୍ଠି ଧାନ କିଣାରେ ଆଗରୁ କାମ କରି ଆସୁଥିବା ଶ୍ରମିକ ମାନଙ୍କୁ ନେଇ ଧାନ ମଣ୍ଡିରେ କାମ କରେଇବା ନିମନ୍ତେ ଉପସ୍ଥିତ ଶ୍ରମିକ, ଚାଷୀ, ଗୋଷ୍ଠୀର ମହିଳାମାନେ ଓ ମିଲର୍ସ କିଭଳି ଉତ୍ତମ ସମନ୍ୱୟ ରଖି କାମ କରିବେ। ଚାଷୀଙ୍କ ତରଫରୁ ଧାନ ନଉଠିବା ନେଇ ଯେମିତି ପ୍ରଶ୍ନ ଆସିବ ନାହିଁ ସେ ଦିଗରେ ସମସ୍ତଙ୍କ ପ୍ରୟାସ ରହୁ। ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ଧାନ ମଣ୍ଡିରେ ଧାନ କିଣା ଚାଲିବ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଶ୍ରୀମତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.