କୋକସରାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଶ୍ରୀ ଜଗନ୍ନାଥ ନେତ୍ରାଳୟ ଭବାନୀପାଟଣା ପକ୍ଷରୁ ଶୁକ୍ରବାର ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଛି। କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କ ପ୍ରତ୍ୟକ୍ଷ ସହଯୋଗ କ୍ରମେ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଳକର ୨୨ ଗୋଟି ପଞ୍ଚାୟତର ବିଭିନ୍ନ ଗାଁରୁ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ସମେତ ବରିଷ୍ଠ ନାଗରିକ, ସାଧାରଣ ବର୍ଗର ଲୋକେ ସାମିଲ ହୋଇ ମାଗଣରେ ଚକ୍ଷୁ ପରୀକ୍ଷା କରାଇଥିଲେ। ଶିବିରରେ ମୋଟ୍ ୮୯ ଜଣ ପରୀକ୍ଷଣ କରାଇଥିଲେ। ସେଥି ମଧ୍ୟରୁ ୪୧ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା, ୧୨ ଜଣ ଚକ୍ଷୁ ରୋଗୀଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ଶ୍ରୀଜଗନ୍ନାଥ ନେତ୍ରାଳୟ ପଠାଯିବ, ୧୦ ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୬ ଜଣ ରହିଥିବା ସୂଚନା ଦିଆଯାଇଛି। ଶ୍ରୀଜଗନ୍ନାଥ ନେତ୍ରାଳୟର ଚକ୍ଷୁରୋଗ ବିଶେଷଜ୍ଞ ଡ଼ାକ୍ତର ସତ୍ୟ ପ୍ରକାଶ ଚକ୍ଷୁ ପରୀକ୍ଷା କରିଥିବାବେଳେ ବଳରାମ ତାଣ୍ଡି, ରୁପେଶ ବାଗ, ସତ୍ୟନାରାୟଣ ସା, ଲକ୍ଷ୍ମିପ୍ରିୟା ଦାସ, ଖଞ୍ଜନେତ୍ରୀ ମାଝୀ, କମଳିନୀ ନାଏକ, ପ୍ରମୁଖ ସାମିଲ ହୋଇଥିଲେ। ଶିବିରରେ ବ୍ଳକ କର୍ମଚାରୀମାନନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.