ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା-ବିଜୟନଗରମ ରେଳ ଲାଇନରେ ସୁରକ୍ଷାଜନିତ ନିମନ୍ତେ ୬ ଗୋଟି ଟ୍ରେନ୍ କୁ ବାତିଲ୍ କରାଯାଇଛି | ଜୁନ୍ ୨ ତାରିଖରେ ୫ ଗୋଟି ଓ ଜୁନ୍ ୩ ଗୋଟିଏ | ଜୁନ୍ ୨ ରେ ବିଶାଖାପାଟଣା – କୋରାପୁଟ ପାସେଞ୍ଜର, କୋରାପୁଟ – ବିଶାଖାପାଟଣା, ବିଶାଖାପାଟଣା – କୋରାପୁଟ ସପ୍ତାହିକ ଟ୍ରେନ୍, ବିଶାଖାପାଟଣା-ରାୟପୁର ପାସେଞ୍ଜର ଓ ରାୟପୁର-ବିଶାଖାପାଟଣା ପାସେଞ୍ଜରକୁ ବାତିଲ୍ କରାଯାଇଛି | ଜୁନ୍ନ ୩ ତାରିଖରେ କୋରାପୁଟ-ବିଶାଖାପାଟଣା ସପ୍ତାହିକ ଟ୍ରେନ୍ କୁ ବାତିଲ୍ କରାଯାଇଛି | ସେହିପରି | ଜୁନ୍ ୨ ତାରିଖରେ ଗୁଣ୍ଟୁର – ରାୟଗଡ଼ା ଏକ୍ସପ୍ରେସ ରାୟଗଡ଼ା ଆସିବା ପରିବର୍ତ୍ତେ ବିଜୟନଗରମ୍ ରୁ ଗୁଣ୍ଟୁର ଅଭିମୁଖେ ଚଳାଚଳ କରିବ | ବିଶାଖାପାଟଣାରୁ ଦୁର୍ଗ ଅଭିମୁଖେ ଯାତ୍ରା କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଅପରାହ୍ନ ୨ଟା ୫୦ ପରିବର୍ତ୍ତେ ସନ୍ଧ୍ୟା ୬ଟା ୫୦ ଅର୍ଥାତ ଚାରି ଘଣ୍ଟା ବିଳମ୍ବରେ ବିଶାଖାପାଟଣା ଷ୍ଟେସନ ଠାରୁ ଯାତ୍ରା ଆରମ୍ଭ କରିବ | ଦୁର୍ଗ – ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ ସକାଳ ୭ଟା ୧୫ବଦଳରେ ୧୦ଟା ୧୫ରେ ଦୁର୍ଗ ଷ୍ଟେସନ ଠାରୁ ବିଶାଖାପାଟଣା ଅଭିମୁଖେ ଯାତ୍ରା ଆରମ୍ଭ କରିବ | ଏରନାକୁଲମ୍-ଟାଟା ଏକ୍ସପ୍ରେସ୍ ଜୁନ୍ ୧ତାରିଖରେ ସକାଳ ୭ଟା ୧୫ ପରିବର୍ତ୍ତେ ସକାଳ ୧୦ଟା ୧୫ରେ ଏରନାକୁଲମ୍ ଷ୍ଟେସନରୁ ଟାଟା ଅଭିମୁଖେ ଯାତ୍ରା ଆରମ୍ଭ କରିବ ଓ ଆଲପୂଜା – ଧାନବାଦ ଏକ୍ସପ୍ରେସ୍ ସକାଳ ୬ଟା ବଦଳରେ ସକାଳ ୮ଟା ରେ ଯାତ୍ରା ଆରମ୍ଭ କରିବା ନେଇ ରେଳ ବିଭାଗରୁ ବିଶେଷ ସୂତ୍ରରୁ ଖବର ପ୍ରାପ୍ତ ହୋଇଛି | ତେବେ ଏସବୁ କାରଣ ଯୋଗୁଁ ରେଳ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।