ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ଆଇଏଆରଏର ୧୫ତମ ଆନ୍ତର୍ଜାତିକ ସମ୍ମିଳନୀ

୧୦୦ରୁ ଊର୍ଦ୍ଧ୍ବ ଗବେଷଣା ସନ୍ଦର୍ଭ ଉପସ୍ଥାପନା ସହ ୧୭୦ରୁ ଉର୍ଦ୍ଧ୍ବ ଗବେଷକଙ୍କ ଅଂଶଗ୍ରହଣ

ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): “ନବୋନ୍ମେଷ ଓ ପ୍ରଯୁକ୍ତି ମାଧ୍ୟମରେ ସ୍ଥାୟୀ ଉନ୍ନତି” ପ୍ରସଙ୍ଗରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଭାରତୀୟ ଅକାଦେମିକ ଗବେଷଣାକାରୀ ସଂଘ (ଆଇଏଆରଏ)ର ୧୫ତମ ଆନ୍ତର୍ଜାତୀୟ ସମ୍ମିଳନୀ ଓ ଆଇଏଆରଏ ଦ୍ୱାରା ଆୟୋଜିତ ସମାବର୍ତ୍ତନ ଉତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବାଲେଶ୍ଵର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ସହଯୋଗରେ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀକୁ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

Omkar Vasthu
Omkar Vasthu

କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଉଚ୍ଚମାନର ଗବେଷଣା କ୍ଷେତ୍ରରେ ଆଇଏଆରଏର ପ୍ରଚେଷ୍ଟା, ସହଯୋଗ ଓ କାର୍ଯ୍ୟକ୍ଷମତାକୁ ପ୍ରଶଂସା କରିବା ସହ ଏହି ସମ୍ମିଳନୀ ଗବେଷଣାରତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଉଦ୍ଦିଷ୍ଟ ବୋଲି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ଡକ୍ଟର ସି. ପରମଶିଭନ, ଉପାଚାର୍ଯ୍ୟ ଏବଂ ଗବେଷଣା ସମନ୍ୱୟକ, ସ୍ନାତକୋତ୍ତର ବାଣିଜ୍ୟ ବିଭାଗ,ଥନ୍ଥାଇ ପେରିୟାର ରାଜ୍ୟ ସରକାରୀ କଳା ଓ ବିଜ୍ଞାନ ମହାବିଦ୍ୟାଳୟ, ତିରୁଚିରାପଲ୍ଲି ତଥା ଆଇଏଆରଏର ସର୍ବଭାରତୀୟ ଅଧ୍ୟକ୍ଷ ଯୋଗ ଦେଇ ନିଜର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ପ୍ରାସଙ୍ଗିକ ଉଦବୋଧନରେ ପ୍ରଫେସର ପ୍ରଣମ ଧର, ପ୍ରଫେସର ଏବଂ ପୂର୍ବତନ ବିଭାଗାଧ୍ୟକ୍ଷ, ବାଣିଜ୍ୟ ବିଭାଗ, ପଶ୍ଚିମବଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ ଆଇଏଆରଏର ସର୍ବଭାରତୀୟ ସାଧାରଣ ସଚିବ ଗବେଷଣା କ୍ଷେତ୍ରରେ ସାମଗ୍ରିକ ବିକାଶ ସଂପର୍କରେ ଆଲୋକପାତ କରିଥିଲେ।

Udyog Nursery
Udyogi Nursery

ଏଥିସହିତ ମୁଖ୍ୟବକ୍ତା ଭାବେ ପ୍ରଫେସର ସୁପ୍ରିତୀ ମିଶ୍ର, ପ୍ରଫେସର ଏବଂ ଡିନ୍, ଇଣ୍ଟରନ୍ୟାସନାଲ୍ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଟ୍ୟୁଟ୍- ଭୁବନେଶ୍ୱର, ଯୋଗଦେଇ ଗୁଣମାନ ସଂପନ୍ନ ଗବେଷଣା ସହିତ ଜଡ଼ିତ ସମସ୍ୟା, ଗବେଷଣାର ନୀତିଗତ ପାଳନ, ଗବେଷକମାନେ ପାଇଁ ଉପଯୁକ୍ତ ପରିବେଶ, ସମତାମୂଳକ ସ୍ଥାୟୀ ବିକାଶ ଲକ୍ଷ୍ୟ, ସଂସାଧନର ସ୍ଥାୟୀତ୍ୱ ଓ ପରିଚାଳନା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋକପାତ କରିଥିଲେ।

ସମ୍ମିଳନୀର ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଉପସ୍ଥିତ ରହିଥିଲେ।ଆଭାସୀ ମାଧ୍ୟମରେ ପ୍ରଫେସର ସିଦ୍ଧାର୍ଥ ସଂକର ସାହା, ପୂର୍ବତନ ଡିନ୍ ଓ ବିଭାଗାଧ୍ୟକ୍ଷ, ବାଣିଜ୍ୟ ବିଭାଗ, କୋଲକାତା ବିଶ୍ୱବିଦ୍ୟାଳୟ,- ପଶ୍ଚିମ ବଙ୍ଗ ଯୋଗ ଦେଇ ମୁଖ୍ଯ ପ୍ରସଙ୍ଗରେ ନିଜ ବକ୍ତବ୍ଯ ପ୍ରଦାନ କରିଥିଲେ। ନିଜର ବିଶେଷ ଉଦବୋଧନରେ ପ୍ରଫେସର ରାମକାନ୍ତ ମହାଳିକ, ଶିକ୍ଷା ବିଭାଗ, କ୍ଷେତ୍ରୀୟ ଶିକ୍ଷା ସଂସ୍ଥା, ଭୁବନେଶ୍ୱର (ଏନସିଇଆରଟି)- ଓଡିଶା, ଶିକ୍ଷା ସହ ସ୍ଥାୟୀ ବିକାଶ ଲକ୍ଷ୍ୟଗୁଡିକର ସମାଧାନ ଦିଗରେ ଅବଗତ କରାଇଥିଲେ।

ଏହି ସମ୍ମିଳନୀର ବିଭିନ୍ନ ବୈଷୟିକ ଅଧିବେଶନରେ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରର ବିଶିଷ୍ଟ ଶିକ୍ଷାବିତ ଓ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ। ଏହି ଦିନିକିଆ ସମ୍ମିଳନୀରେ ୧୦୦ରୁ ଊର୍ଦ୍ଧ୍ବ ଗବେଷଣା ସନ୍ଦର୍ଭ ଉପସ୍ଥାପନ କରାଯିବା ସହ ୧୭୦ ରୁ ଉର୍ଦ୍ଧ୍ବ ଗବେଷକ ଅଂଶଗ୍ରହଣ କରିଥିଲେ। ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ, ମୁଖ୍ୟ-ଶିକ୍ଷା ବିଭାଗ ଓ ସମ୍ମିଳନୀର ସଂପାଦକ ପ୍ରାରମ୍ଭିକ ଉଦବୋଧନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷା ବିଭାଗର ସହକାରୀ ପ୍ରଫେସର ପ୍ରଗତିକା ସିଂ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.