ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଭାଗୃହରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ଯୋଜନା ର ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ବା ସାମାଜିକ ସମୀକ୍ଷା ଅବଧି ସ୍ଥାନୀୟ ବିଡ଼ିଓ ମନୀଷା ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଶୁଣାଣି ଳରେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ମୁଖ୍ୟ ଅତିଥି ଭାବେ ରହିଥିଲେ | କୋଲନରା ବିଡ଼ିଓ ରୀନା ପ୍ରଧାନ ଓ ରାମଚନ୍ଦ୍ର କାଡ୍ରାକା ମଞ୍ଚାସିନ ରହିଥିଲେ | ଏଥିରେ ମନରେଗାରେ ବ୍ଲକରେ ୨୦୨୩ ଅକ୍ଟୋବର ୧ତାରିଖରୁ ୨୦୨୪ମାର୍ଚ୍ଚ ୩୧ ଓ ୨୦୨୪ଏପ୍ରେଲ ୧ ତାରିଖରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟର ନାମ ଓ ଆୟ ବ୍ୟୟ କରିବା ସହ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ପକ୍ଷରୁ କରାଯାଇଥିବା କାର୍ଯ୍ୟ ୨୦୨୪ଏପ୍ରେଲ ୧ ତାରିଖରୁ ସେପ୍ଟେମ୍ବର ୩୦ର ଆୟ ବ୍ୟୟ ହିସାବ କରାଯାଇଛି | ମନରଗାରେ ବିଭିନ୍ନ ବିଭାଗର କାର୍ଯ୍ୟର ବ୍ୟାପକ ଦୁର୍ନୀତି ହୋଇଥିବା ଗତ ଦିନରେ ନାରାୟଣପୁର ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ଯୁବ ଗୋଷ୍ଠି ପକ୍ଷରୁ ଅଭିଯୋଗ କରିଥିଲେ | ବ୍ଲକ ମନରେଗା କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ, ବିକ୍ରି କରୁଥିବା ଭେଣ୍ଡର ଓ ପରିବହନ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ | ମନରେଗା କାର୍ଯ୍ୟରେ ଶ୍ରମିକ ନିୟୋଜିତ କରିବା କଥା ତାହା ନ କରି ଶ୍ରମିକ ଜାଗାରେ ମେସିନ କାମ କରୁଛନ୍ତି ଯାହାଫଳରେ ଶ୍ରମିକମାନେ କାମ ନପାଇ ଦାଦନ ଖଟିବାକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଛନ୍ତି । ସେଠାରେ କାର୍ଯ୍ୟ କରି ମାଲିକଙ୍କ ଠାରୁ ନିର୍ଯ୍ୟାତନା ହୋଇ କିଏ ନିଖୋଜ ତ କିଏ କାମ କରି ଟଙ୍କାନ ପାଇ ଫେରିଛି, କିଏ ଶବ ହୋଇ ଫେରୁଛନ୍ତି, ପଞ୍ଚାୟତ ସ୍ତରରେ ମନରେଗା କାର୍ଯ୍ୟ ପାଇଁ ହେଉଥିବା ଜନସୁଣାଣି ରେ ପ୍ରଚାର ପ୍ରସାର ହେଉନଥିବା ଯୋଗୁଁ ଲୋକମାନେ ଜାଣିପାରୁ ନାହାନ୍ତି, କେବଳ ପ୍ରଶାସନ କାଗଜ କଲମରେ ସୀମିତ ରଖୁଛନ୍ତି | ଅନ୍ୟ ପଟେ ଶୁଣାଣିରେ କାର୍ଯ୍ୟ ହେଉଥିବା ଅଧିକାରୀ ମାନେ ଦର୍ଶାଉ ଥିବାରୁ ଅଞ୍ଚଳବାସିଙ୍କ ଅନୁପସ୍ଥିତ ଦେଖିବାକୁ ମିଳିଥିଲା |





