କେଶପଦର ପୋଲରେ ଓଲଟିଲା ଆମ୍ବ ବୋଝେଇ ପିକ୍ଅପ: ଜଣେ ମୃତ, ୩ ଆହାତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):
କେଶପଦର ପୋଲରେ ଓଲଟିଲା ଆମ୍ବ ବୋଝେଇ ପିକ୍ଅପ୍ ଭ୍ୟାନ୍। (ସିଜି-୧୦-ବିଏଚ୍-୦୯୦୫) ବିଶିଷ୍ଟ ପିକ୍ଅପ ଦୁର୍ଘଟଣା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ଥାନା ଅନ୍ତର୍ଗତ ସରଧାପୁର ପଞ୍ଚାୟତ ସ୍ଥିତ ସୁଣ୍ଡିପଦର ଗ୍ରାମର କୁମଧନ ବାଗ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଥାନା କେଶପଦର ଠାରୁ ଆମ୍ବ ବୋଝେଇ କରି ରାୟଗଡ଼ା ଅଭିମୁଖେ ଯାଉଥିବା ବେଳେ କେସପଦର ଗ୍ରାମ ପୋଲ ଠାରେ କୌଣସି କାରଣରୁ ଭାରସ୍ୟମ ହରାଇ ପୋଲ ତଳକୁ ଓଲଟି ପଡିଥିଲା। ପିକ୍ଅପରେ ସମୁଦାୟ ୧୧ ଜଣ ଶ୍ରମିକ ରହିଥିବା ବେଳେ ଘଟଣା ସ୍ଥଳରେ ହିଁ କୁମଧନ ବାଗ ନାମକ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ତିନିରୁ ଉର୍ଦ୍ଧ ଆହତ ହୋଇଥିବା ଜଣାପଡିଛି। ଖବର ପାଇ କେଶପଦର ଗ୍ରାମବାସୀ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିଶ୍ଵନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ବିଶ୍ଵନାଥପୁର ଥାନାଧିକାରୀ ବିଜୟରାଜ ମାଝୀଙ୍କ ନେତୃତ୍ୱରେ ପୋଲିସ ବାହିନୀ ପହଞ୍ଚି ତଦନ୍ତ କରିବା ସହ ଉତ୍ୟକ୍ତ ଳୋକଙ୍କୁ ବୁଝା ଶୁଝା କରୁଥିବା ଜଣାପଡିଛି। ତେବେ ରାତି ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.