ନିଶାଦ୍ରବ୍ୟ ବ୍ୟବହାର ବିରୋଧରେ ସଚେତନତା ରଥର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଓଡିଶା ସରକାରଙ୍କ ଅବକାରୀ ବିଭାଗର ନିର୍ଦେଶ କ୍ରମେ ସମଗ୍ର ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ତଥା ମାଦକ ଦ୍ରବ୍ୟ ସେବନ ଓ ବ୍ୟବହାର ଜନିତକୁ ପରିଣାମ ବିଷୟରେ ଜନ ସଚେତନତା ପାଇଁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପୋଟୱାର ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି | ଏହି ସଚେତନତା ରଥ ରାୟଗଡ଼ା ଜିଲ୍ଲାରେ ୧୦ଦିନ କାଳ ସମସ୍ତ ବ୍ଲକ ଅଧିନସ୍ତ ପ୍ରତ୍ୟେକ ପଞ୍ଚାୟତ ଗ୍ରସ୍ତ କରି ଲୋକଙ୍କୁ ସଚେତନର ବାର୍ତ୍ତା ବାଣ୍ଟିବାକୁ ଧାର୍ଯ୍ୟ କରାଯାଇଛି | ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳସାମନ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରାଜ କିଶୋର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀରାମ ନାହାକ, ଉପ ନିର୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଅଲେନୁର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଜିଲ୍ଲା ଅବକାରୀ ବିଭାଗର ସମସ୍ତ ଅଧିକାରୀ କର୍ମଚାରୀ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଘଠନର ସଦସ୍ୟମାନେ ଯୋଗଦେଇଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.