ଘରୋଇ ବସ ଦୁର୍ଘଟଣା: ଜଣେ ମୃତ, ୫ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭୁବନେଶ୍ଵରରୁ ଉମରକୋଟ ଫେରୁଥିବା ବେଳେ ରଘୁନାଥ ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା ଚାରବାହାଲ ମୋଟେର ରାସ୍ତାରେ ଆଜି ଗୁରୁବାର ଭୋର ସମୟରେ ଘଟିଛି ଏହି ଦୁର୍ଘଟଣା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ଜୁନାଗଡ଼ ମେଡିକାଲେରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି। ସୂଚନା ଅନୁସାରେ ରାସ୍ତାରେ ଅଟକିଥିବା ଏକ ଟ୍ରକକୁ ଭୁବନେଶ୍ଵରରୁ ଉମରକୋଟ ଆସୁଥିବା ରଘୁନାଥ ନାମକ ଏକ ଘରୋଇ ବସ ପିଟିଦେବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଲିପାରି ନାହିଁ। ପୁଲିସ ଶବ ଜବତ କରି ଜୁନାଗଡ଼ ମେଡିକାଲକୁ ପଠାଇ ଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.