କୁସୁର୍ଲାର ହଜାରୀପଡାରେ ବିଶ୍ୱ ପରିବେଶ ଦିବସ ପାଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁସୁର୍ଲା (ହଜାରୀପଡା) ଗ୍ରାମରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି । ପ୍ରକୃତି ବନ୍ଧୁ ତଥା ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ସନତ କୁମାର ସାହୁ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କରି ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ  କଶୃପଡା ବନପାଳ ବିଶିକେଶନ କରୁଆ, ଗାଁ ଗୌତିଆ କୈଳାସ ସାହୁ,‌ ଉପସ୍ଥିତ ଥିବାବେଳେ ରୋମାଞ୍ଚଳ ସାହୁ, ତ୍ରିଲୋଚନ ସାହୁ, ରାମରାଜ ସାହୁ, ଈଶ୍ୱର ସାହୁ, ହେମନ୍ତ ସାହୁ, ଭୈରବ ଶଙ୍କର ସାହୁ, ଶରତ ସାହୁ, ଧର୍ମରାଜ ସାହୁ, ଡୋଲମଣୀ ସାହୁ, ନୀଳକଣ୍ଠେଶ୍ଵର ସାହୁ ସହଯୋଗ କରିଥିଲେ। ଶେଷରେ ପ୍ରକୃତି ବନ୍ଧୁ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.