ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଏକ କ୍ରସରରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ଡିଟୋନେଟର ଜବତ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ପୋଲିସ ୬ କ୍ଵିଣ୍ଟାଲ ୫୦ କେଜି ବିସ୍ପୋରକ ସାମଗ୍ରୀ ସହିତ ୧୧୫ ଗୋଟି ଡିଟୋନେଟର ଜବତ କରିଛି। ସୂଚନା ଅନୁଯାୟୀ ଗୋଟିଏ ଟ୍ରକ ଏବଂ ଗୋଟିଏ ପିକ୍ ଅପ୍ ଭ୍ୟାନରେ ଏକ କ୍ରସରକୁ ବେଆଇନ ଭାବରେ ବିସ୍ଫୋରକ ସାମଗ୍ରୀ ଆସିଥିଲା। ଏ ନେଇ ଖଣି ବିଭାଗ ପକ୍ଷରୁ ଜୟପାଟଣା ଥାନାରେ ଅଭିଯୋଗ କରାଯାଇଅଛି। ଉକ୍ତ ବିସ୍ଫୋରକ ଦ୍ରବ୍ୟ କଳିଙ୍ଗ ଏଣ୍ଡ କମ୍ପାନୀର ମାଲିକ କଣ୍ଟାବାଞ୍ଜିରୁ ଯୋଗାଣ କରିଥିବା ସୁଚନା ମିଳିଥିବା ବେଳେ ସେ କିପରି ଏତେ ପରିମାଣର ବିସ୍ଫୋରକ ପରିବହନ କରୁଥିଲେ ଓ ଏହା କେଉଁଠିକୁ ଯାଉଥିଲା ତାହା ତଦନ୍ତ ସାପେକ୍ଷ। ବର୍ତ୍ତମାନ ଖଣି ବିଭାଗ ଅଧିକାରୀ ଏବଂ ଜୟପାଟଣା ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଥିବା ସୂଚନା ମିଳିଛି।





