ସ୍ବେଛାସେବୀ ଯଶୋବନ୍ତ ରଣା ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଭବାନୀପାଟଣା ବ୍ଲକ ମେଦିନୀପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି l ଏହି ପରିପ୍ରେକ୍ଷୀରେ ଜିଲ୍ଲାର ନଅ ଜଣଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ କରିଛନ୍ତି l ଭବାନୀପାଟଣା ବ୍ଲକ ତିଳଯୋଡି ଗ୍ରାମର ଶ୍ରୀ ଯଶୋବନ୍ତ ରଣା ପ୍ରକୃତିର ସୁରକ୍ଷା, ବୃକ୍ଷ ରୋପଣ, ବରିବେଶ ର ସୁରକ୍ଷା ପାଇଁ ସଚେତନତା ଓ ଅନ୍ୟାନ୍ୟ କ୍ଷେତ୍ର ରେ ଅବଦାନ ପାଇଁ ଆଜି ଅତିଥିଙ୍କ ଠାରୁ ମାନପତ୍ର ଓ ଦଶ ହଜାର ଟଙ୍କା ପଇଛନ୍ତି l ଶ୍ରୀ ରଣା ପ୍ରକୃତିର ସଂରକ୍ଷଣ ଉପରେ ଦୀର୍ଘଦିନ କାମ କରୁଛନ୍ତି l ଏହାସହ ସେ ବିଭିନ୍ନ ସଂଗଠନ ସହ ଜଡିତ ହୋଇ ପ୍ରକୃତି କୁ ନିକଟରୁ ଜାଣିବାପାଇଁ ବିଭିନ୍ନ ଜିଲ୍ଲା ବୁଲି ଅଧ୍ୟୟନ କରୁଛନ୍ତି l ଆଜିର ମେଦିନୀପୁର ସ୍କୁଲ ଠାରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଦକ୍ଷିଣ ବନାଞ୍ଚଳ ଅଧିକାରୀ ଶ୍ରୀ ରମେଶ କୁମାର ବିସ୍ଣୋଇ, ଉତ୍ତର ବନାଞ୍ଚଳ ଅଧିକାରୀ ଶ୍ରୀ ଆର କଳାଇ ହରନ, ଏଡିଏମ ଶ୍ରୀ ତନ୍ମୟ କୁମାର ଦରୱାନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରିଆ ଓ ବିଭିନ୍ନ ବିଭାଗରୁ ଯୋଗଦେଇ ପ୍ରକୃତି ବନ୍ଧୁ ପୁରସ୍କାର ବିତରଣ କରିବା ସହ ସ୍କୁଲ ପରିସର ରେ ସଫେଇ ଓ ବୃକ୍ଷ ରୋପଣ କରିଥିଲେ l ଶ୍ରୀ ଯଶୋବନ୍ତ ରଣା ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବା ଜାଣି ଅଞ୍ଚଳରେ ଲୋକେ ଶୁଭେଚ୍ଛା ଜଣେଇବା ସହ ଆଗାମୀ ଭବିଷ୍ୟତ ଉଜ୍ୱଳ ମୟ ପାଇଁ ଶୁଭେଚ୍ଛା ଜଣେଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.