ଓଡିଆ ବାର୍ତ୍ତା/ ଭୁବନେଶ୍ୱର: କମଲ ଶତପଥୀ ଭୁବନେଶ୍ବର ସ୍ଥିତ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ସଂସ୍କୃତି ବିହାର ଳର Culture Studies ବିଭାଗରୁ ସମ୍ମାନ ସୂଚକ ପିଏଚଡି ଉପାଧି ଲାଭ କରିଛନ୍ତି। ତାଙ୍କ ଗବେଷଣାତ୍ମକ ନିବନ୍ଧର ବିଷୟବସ୍ତୁ ଥିଲା “Socio- Cultural profile of youth dormitory in Kandha Society: an Analytical Study”। କମଲ Dr Ashis Mohapatra ଙ୍କ ତତ୍ୱାବଧାନରେ ଗବେଷଣା କରୁଥିଲେ ଏବଂ ତାଙ୍କ ସନ୍ଦର୍ଭ ଟି ମିଜୋରମ ସ୍ଥିତ central university Mizoram ର Head of Sociology Department, Prof Dr Rabindra Kumar Mohanty ଙ୍କ ଦ୍ୱାରା ପରୀକ୍ଷିତ ଏବଂ ଉଚ୍ଚ ପ୍ରଶଂସିତ ହୋଇ ଅଛି। ଡକ୍ଟର କମଲ କିଶୋର ଶତପଥୀ କଳାହାଣ୍ଡି ନିବାସୀ ଶ୍ରୀ କୃଷ୍ଣଚନ୍ଦ୍ର ଶତପଥୀ ଏବଂ ସନ୍ଧ୍ୟାରାଣୀ ଶତପଥୀଙ୍କ ଜେଷ୍ଟ ପୁତ୍ର ତଥା ବଲାଙ୍ଗୀର ନିବାସୀ ଶ୍ରୀ ମୂରଲୀଧାରି ପତି ଏବଂ ରତ୍ନ ମଞ୍ଜରି ପତିଙ୍କ ଜାମାତା ଅଟନ୍ତି। ସେ ତାଙ୍କର ଏହି ସମ୍ମାନ ଏବଂ ସଫଳତାର ଶ୍ରେୟ କଳାହାଣ୍ଡିର ଆରାଧ୍ୟା ଦେବୀ ମା ମଣିକେଶ୍ଵରୀ ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ଅର୍ପଣ କରିବା ସହିତ ନିଜ ପିତା ମାତା, ଶାଶୁ ଶଶୁର, ଧର୍ମପତ୍ନୀ ଐଶ୍ବର୍ୟା ପ୍ରିୟଦର୍ଶିନୀ ପତି, ପୁତ୍ରୀ କ୍ରିତିକା, ସାନ ଭାଇ କିରଣ ଶତପଥୀ ଏବଂ କୁନାଲ ଶତପଥୀ, ସମସ୍ତ ପରିବାର ବର୍ଗ, ଶିକ୍ଷକ ଶିକ୍ଷୟତ୍ରୀ, ସମସ୍ତ ସହ କର୍ମୀ ଏବଂ ବନ୍ଧୁ ମାନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ବର୍ତମାନ ଡକ୍ଟର କମଲ କିଶୋର ଶତପଥୀ Kalahandi College of Art and Research ର ସମ୍ପାଦକ ଏବଂ ପ୍ରତିଭା ଭବାନୀପାଟନାର ଯୁଗ୍ମ ସମ୍ପାଦକ ତଥା SBI RSETI Kalahandi ର ବରିଷ୍ଠ ପ୍ରଶିକ୍ଷକ ଭାବରେ କାର୍ଯରତ ଅଛନ୍ତି।





