ବିକଶିତ କୃଷି ସଂକଳ୍ପ ଅଭିଯାନ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂପୁର (ପଦ୍ମନ ଭତ୍ରା): ଆଜି ହେଉଛି ବିଶ୍ୱ ପରିବେଶ ଦିବସ | ପ୍ରତିବର୍ଷ ଜୁନ ମାସ ୫ତାରିଖ କୁ ୧୯୭୩ ମସିହା ଠାରୁ ଅନ୍ତର୍ଜାତୀୟ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇ ଆସୁଅଛି | ଏହିଦିନ ପରିବେଶକୁ ସଫାସୁତୁରା ରଖିବା ନିମନ୍ତେ ସର୍ବସାଧାରଣଙ୍କୁ ସଚେତନତା କରାଇବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ସର୍ବ ସାଧାରଣଙ୍କ ପାଖରେ ପହଞ୍ଚାଇବା ହିଁ ବିଶ୍ୱ ପରିବେଶ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏହି ପରିପେକ୍ଷିରେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ନିର୍ଦେଶ କ୍ରମେ କଲ୍ୟାଣ ସିଂହପୁର କୃଷି ଓ ପରାମର୍ଶ କେନ୍ଦ୍ର ବ୍ଲକ କୃଷି ଅଧିକାରୀ ସୁଜିତ କୁମାର ପାଢ଼ି ଙ୍କ ତ୍ବତାବଧାନରେ ବିକଶିତ କୃଷି ସଂକଳ୍ପ ଅଭିଯାନ ନିମନ୍ତେ ତିନିଗୋଟି ଶିବିର ଅନୁଷ୍ଠିତ ହୋଇଯାଇଛି | ପ୍ରଥମ ଟି ନାରାୟଣପୁର ମଣ୍ଡପ,ଦ୍ୱିତୀୟ ଟି ଧାମୁଣିପୋଙ୍ଗା ଓ ତୃତୀୟ ଟି ସୁନାଖଣ୍ଡି ପଞ୍ଚାୟତ ଠାରେ ଅନୁଷ୍ଠିତ କର୍ମଶାଳାର ପ୍ରଥମ ଶିବିରେ କୃଷି ବୈଜ୍ଞାନିକ ରାଜୀବ ଟୁଡୁ ଓ ଡାକ୍ତର ଆନନ୍ଦିତ ରୟ,ନାରାୟଣ ପୁର ସରପଞ୍ଚ ସୀତାରାମ କାଡ୍ରାକା,ହର୍ଷା ଟ୍ରସ୍ଟ ଅନୁଷ୍ଠାନ ରୁ ଅଚୁତ ସାମନ୍ତରାୟ ଉପସ୍ଥିତ ରହି କୃଷି ବିଭାଗ ର କୃଷି ରଥ ଓ ହର୍ଷା ଟ୍ରସ୍ଟ ଅନୁଷ୍ଠାନର କୃଷି ରଥ ପତାକା ଦେଖାଇ ଉଦ୍ଘାଟନ କରିଥିଲି | ଦ୍ୱିତୀୟ ଶିବିରରେ କୃଷି ଜିଲ୍ଲା ଅଧିକାରୀ ଶେଖ ଏହେସାନ,ସି ଟି ସି ଆର ଏ ର ଡାଇରେକ୍ଟର,ପ୍ରକଳ୍ପ ଅତିରିକ୍ତ ଅଧିକାରୀ ପରିମଳ ତରାଇ,ମାନସ ପାଣିଗ୍ରାହୀ ନିର୍ମାଣ ଅନୁଷ୍ଠାନ ରୁ ଶ୍ରୀ ଅର୍ଣ୍ଣ ଅଭିଯାନ ର ଏ ବି ପି ସି ମାନସ ପାଣିଗ୍ରାହୀ ଏବଂ ତୃତୀୟ ଶିବିରରେ ଏନ ରାମୁ,ଉପ ପ୍ରକଳ୍ପ ନିଦେଶକ ଆତ୍ମା ରାହୁଲ କୁମାର ନାଇକ,ସହକାରୀ କୃଷି ଯନ୍ତ୍ରୀ ସୋରଜିନୀ ବାଗ,ନିର୍ମାଣ ଅନୁଷ୍ଠାନ ରୁ ଶ୍ରୀ ଅର୍ଣ୍ଣ ଅଭିଯାନ ର ବି ପି ସି ଉଁକାର ଦାସ ଉପସ୍ଥିତ କୃଷକ ମାନଙ୍କୁ ଆମର ପୂର୍ବ ପିଢ଼ି ମାନେ ଶତାୟୁ ବର୍ଷ ଧରାପୃଷ୍ଟ ରେ ବଞ୍ଚି ରହୁଥିଲେ ଆଜିର ମନୁଷ୍ୟ କମ ବୟସରୁ ହିଁ ମଧୁମେହ,ଉଚ୍ଚ ରକ୍ତଚାପ,କର୍କଟ ଭଳି ବହୁ ମାରାତ୍ମକ ରୋଗର ଶିକାର ହେଉଛନ୍ତି,ଏହାର ମୁଳ କାରଣ ହେଲା ପ୍ରକୃତି ଓ ପରିବେଶକୁ ଆମେ ଅଣଦେଖା କରିବା ସହ ଦୈନଦିନ ଜୀବନରେ ଖାଦ୍ୟ ଓ ପାନୀୟ ଜଳର ଦୂଷିତ ତଥା ବିଷାକ୍ତ ହେତୁ ବିଭିନ୍ନ ରୋଗରେ ଶିକାର ହେଉଛନ୍ତି । ଦୈନଦିନ ଆମେ ବହୁ ପୁରୁଣା ଗଛ କାଟିବା ହେତୁ ସୁଦ୍ଧ ଅମ୍ଳଜାନର ମାତ୍ରା କମିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା,ପ୍ଲାଷ୍ଟିକ ବୋତଲରେ ପାଣିପିଇବା ହେତୁ ଏପରିକି ମନୁଷ୍ୟ ଶରୀରରେ ପ୍ଲାଷ୍ଟିକ ଅଣୁ ପ୍ରତୀୟ ମାନ ହେବାର ଦେଖାଦେଇଛି ଏହା ସାଙ୍ଗକୁ ଖାଦ୍ୟ ଶସ୍ୟ ରେ ଜୈବିକ ସାର କୁ ବ୍ୟବହାର ନ କରାଯାଇ ପ୍ରଚୁର ପରିମାଣରେ ରାସାୟନିକ ସାର ର ପ୍ରୟୋଗ ହେତୁ,ଅପମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା ଦିନକୁଦିନ ଆୟୁଷ କମିବାରେ ଲାଗିଛି । ଆଜିର ଏହି ବିଶ୍ୱ ପରିବେଶ ଦିବସରେ ଆମେ ହାତକୁ ହାତ ମିଶାଇ ପରିବେଶକୁ ସୁରକ୍ଷା ଦେବାରେ ଆଗେଇ ଆସିବା ଓ ବିକଶିତ କୃଷି ସଂକଳ୍ପ ଅଭିଯାନ ଆବଶ୍ୟକତା ରହିଛି ବୋଲି ମତାମତ ଦେଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.