ପଣ୍ଡରିଯୋର ପଞ୍ଚାୟତରେ ନେଟୱର୍କ ସମସ୍ୟା, ପିଡ଼ିଏସ୍‌ ଚାଉଳ ପାଇଁ ହିତାଧିକାରୀ ହନ୍ତସନ୍ତ

ଓଡିଆ ବାର୍ତ୍ତା/ ବେଲପଡ଼ା (ତ୍ରୀନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ପଣ୍ଡରିଯୋର ପଞ୍ଚାୟତରେ ନେଟୱର୍କର ସମସ୍ୟା ଯୋଗୁଁ ପିଡିଏସ ଚାଉଳ ପାଇବାରେ ହିତାଧିକାରୀମାନେ ହନ୍ତସନ୍ତ ହେଉଛନ୍ତି। ହିତାଧିକାରୀମାନେ ସକାଳ ୬ଟାରୁ ଯାଇ ପଞ୍ଚାୟତରେ ଚାଉଳ ପାଇବା ପାଇଁ କାର୍ଡ ଜମା କରୁଛନ୍ତି। ଆଉ ଧାଡ଼ିରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ଏନେଇ ଯୋଗାଣ ସହାୟକ ନାରାୟଣ ଯୁଏଡ଼ଙ୍କୁ ପଚାରିବାରୁ ସେ କହିଲେ, ଆଗରୁ ବହୁତ ଭଲ ନେଟୱର୍କ ଆସୁଥିଲା ଏବେ ବିଗତ ୪ ମାସ ହେଲାଣି ନେଟୱର୍କ ଭଲରେ ଆସୁ ନାହିଁ ଏବଂ ବହୁତ କଷ୍ଟରେ ନେଟ୍ ଚାଲୁଛି ତେଣୁକରି ହିତାଧିକାରୀମାନେ ହଇରାଣ ହେଉଛନ୍ତି। ଆଉ ସେ କହିଛନ୍ତି ସକାଳ ୬ ଟାରୁ ୧୧ ଟା ପର୍ଯ୍ୟନ୍ତ ଚାଉଳ ବିତରଣ କରାଯାଉଛି। ନେଟୱର୍କ ଆସିଲେ ମଧ୍ୟ ସମସ୍ତଙ୍କର ରାସନକାର୍ଡ ଇସୁ ହୋଇପାରୁନି ଗୋଟିଏ ରାସନକାର୍ଡ ଇସୁ କରିବା ପାଇଁ ୧୦ ରୁ ୧୫ ମିନିଟ ଉପରେ ଲାଗୁଛି। ବଲାଙ୍ଗୀର ଜିଲ୍ଲାପାଳ ଏବଂ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ହିତାଧିକାରୀମାନେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.