ସଇଁତଲାରେ ବ୍ଲକ ସ୍ତରୀୟ ଖାଦ୍ୟ ପ୍ରତିଯୋଗିତା

ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତି): ରାଜ୍ୟ ସରକାରଙ୍କ ସୁଭଦ୍ରା ଶକ୍ତି ଯୋଜନା ମାଧ୍ୟମରେ ଆଜି ସଇଁତଲା କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ମୁଖ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ତତ୍ବବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଡିପିଓ ଗୋଲାପୀ ନାଏକ, ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ ପ୍ରମୁଖ ଉପସ୍ଥିତ ଥିଲେ। ଉଦଯାପନୀ ଉତ୍ସବରେ ମୁଖ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ, କୁମ୍ଭାରୀ ସରପଞ୍ଚ ଶୈଳେନ୍ଦ୍ରି ମହାନନ୍ଦ ପ୍ରମୁଖ ଯୋଗଦେଇ ମାନପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତା ବ୍ଲକ ର ବିଭିନ୍ନ ଏସଏଚଜିର ମହିଳା ମାନେ ସାମିଲ ହୋଇ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଥିଲେ। ଯାହାକୁ ନେଇ ମିଶନ ଶକ୍ତି ମହିଳା ମାନ ଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖା ଦେଇ ଥିବା ବେଳେ ମହିଳା ମାନ ଙ୍କୁ ରାଜ୍ୟ ସରକାର ସଵୁ ବେଳେ ଗୁରୁତ୍ବ ଦେଉ ଥିବା ସହ ଏଭଳି ପ୍ରତିଯୋଗିତା କରି ଥିବାରୁ ମହିଳା ମାନେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି ସୁପରଭାଇଜର ପ୍ରଭାତୀ ନଲିନି ପଣ୍ଡା, ଵିଏଲସି ସୁଧାଂଶୁ ବଚ୍ଛା, ସଂଯୁକ୍ତା ଦାସ, ନମିତା ପୃସେଠ୍, ସିମନ୍ତିନି ବେହେରା, ଦୁଲଣା ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.