ମହୁଲି ମଦ ନେଲା ଜୀବନ : ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): ମହୁଲି ମଦପାନ୍ୟରୁ ସାମାନ୍ୟ ବଚସା ଓ ପରେ ହତ୍ୟା l ଏପରି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ଅଞ୍ଚଳରେ ଘଟିଛି l ମୃତକ ଜଣକ ହେଲେ ବାଲିଗୁଡ଼ା ମୁଣ୍ଡାସାହିର ଶଙ୍କର ନାୟକ । ଖବର ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଘଣ୍ଟ ସମୟରେ ରେ ସ୍ଥାନୀୟ ନୂଆସାହି ର ନୀରାକାର ନାୟକ (୫୫) ଓ ମୁଣ୍ଡାସାହିର ଶଙ୍କର ନାୟକ (୫୨) ଦୁହେଁ ସାଙ୍ଗ ହୋଇ ହାଟପଦା ସାହିକୁ ମହୁଲି ମଦ ପିଇବାକୁ ଆସି କଥା କଥାରେ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା । ଏଥିରେ ନୀରାକାର ଉତ୍‌କ୍ଷିପ୍ତ ହୋଇ ଶଙ୍କରର ମୁଣ୍ଡକୁ ହାତରେ ପ୍ରବଳ ମାତ୍ରାରେ ପ୍ରହାର କରିଥିଲା, ଏଥିରେ ଶଙ୍କର ତଳେ ପଡିଯିବାରୁ ନିରାକାର ପେଟକୁ ୨/୩ଥର ଗୋଇଠା ମାଡ଼ ମାରିଥିଲା । ଯେଉଁଥିରେ କି’ ଶଙ୍କରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ତେବେ ହତ୍ୟା ପରେ ଅତି ଅମାନୁଷିକ ଭାବେ ପ୍ରାୟ ୧୫୦ ମିଟର ପର୍ଯ୍ୟନ୍ତ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ନେଇ ନିକଟସ୍ଥ କମିଟି ଗୃହ ନିକଟରେ ରଖିଥିଲା । ମଙ୍ଗଳବାର ଦିନ ସକାଳେ ସ୍ଥାନୀୟ ଲୋକେ ଶବକୁ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଏବଂ ଶଙ୍କରର ସ୍ତ୍ରୀ ସାବିତ୍ରୀ ନାୟକଙ୍କ ଏତଲା ପ୍ରକାରେ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ କେଶ ନଂ. ୧୮୩/୨୫ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖି ନିରାକାରକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ତଦନ୍ତକାରୀ ଅଧିକାରୀ ସଞ୍ଜୟ ସ୍ୱାଇଁ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.