ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ମଠରେ ମହାପ୍ରଭୂ ଦଧିବାମନ ଜୀଉଙ୍କ ସ୍ନାନଯାତ୍ରା ସଂପନ୍ନ ହୋଇଛି। ପ୍ରାତଃ ସମୟରୁ କବାଟଫିଟା ନିତି ପରଠାରୁ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ବିଭିନ୍ନ ନିତି ପରଂପରା ଅନୁକ୍ରମରେ ସଂପନ୍ନ ହେବାପରେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ସ୍ନାନନିତି ସଂପନ୍ନ ହୋଇଥିଲା। ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ଆୟୋଜିତ ସ୍ନାନ ପୂର୍ଣ୍ଣିମା ନିତିରେ ସେବାୟତ ତପିବର ଦାସ, ବିଭିଷଣ ଦାସ, ପୂଜକ ସନ୍ତୋଷ ପାଢ଼ୀ, ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ବିଜୟ ଧଙ୍ଗଡାମାଝୀ, ରଜନୀ ଗଉଡ, ବିଷ୍ଣୁ ଗଉଡ, ସଞ୍ଜୟ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ଦେବରାଜ ଗଉଡ, ଭରତ ଧଙ୍ଗଡାମାଝୀ, ଲୋକନାଥ ଗଉଡ, ପ୍ରଦୀପ ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ, ଶିକ୍ଷାବିତ ଅଶୋକ ଧଙ୍ଗଡାମାଝୀ, ସେବକ ଟିକେ ଗଉଡ ପ୍ରମୁଖ ସହଯୋଗ କରିଥିଲେ। ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଳକ୍ଷେ ଭକ୍ତମାନଙ୍କ ଗହଳି ପରିଳକ୍ଷିତ ହୋଇଥିଲା।




