ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଗୋପାଳପୁର ପୁଞ୍ଜି ପଡା ଠାରେ ଭବ୍ୟ ରାଧାକୃଷ୍ଣ ମନ୍ଦିର ର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ହାଡିବନ୍ଧୁ ପୁଞ୍ଜି ସପତ୍ନିକ ଯୋସ୍ନାରାଣୀ ପୁଞ୍ଜି ପୂଜାକର୍ତ୍ତା ଭାବରେ ଯୋଗଦେଇ ଥିବା ବେଳେ ପୂଜକ ଭାବେ ପ୍ରଶନ୍ନ କୁମାର ପଣ୍ଡା କାର୍ଯ୍ୟ ସଂପାଦନ କରିଥିଲେ। ଏହି ଅବସରରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଜୟପାଟଣା ବ୍ଲକ ଅଧ୍ୟକ୍ଷ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ, ବ୍ଳକ ଅଧ୍ୟକ୍ଷ ଥବିର ବାଗ, ଜୟପାଟଣା ବ୍ଲକ ଯୋନ ୨ ର ଜିଲ୍ଲା ପରିଷଦ ସଦସ୍ୟ ଦେବ ପୁଝାରୀ, ବିଜଡି ବ୍ଳକ ସଭାପତି ମିନକେତନ ପୁଝାରୀ, ମାନସିଂହ ରଣା, କିଶୋର ସା, ଧନେଶ୍ଵର ପୁଞ୍ଜି ପ୍ରମୁଖ ଉପସ୍ଥିତ ରହି ଥିଲେ। ରେଙ୍ଗାଲପାଲି ରାମ ମନ୍ଦିର ର ସଂକିର୍ତ୍ତନ ମଣ୍ଡଳୀ ର ଟେଙ୍ଗନୁ ବାରିକ, ହରିଚନ ନାଏକ ପ୍ରମୁଖ ଯୋଗଦେଇ ସଂକିର୍ତ୍ତନ ପରିବେଷିତ ହୋଇଥିଲା। ସାହାଡ଼ା ବୃକ୍ଷ କୁ ମହାରଣା ରଞ୍ଜନ ନାଏକ ଙ୍କ ଦ୍ବାରା ଛେଦନ କରି ଆଣି ଇନ୍ଦ୍ର ଇନ୍ଦ୍ରାଣୀ ମୂର୍ତ୍ତି ତିଆରି କରିବା ପରେ ଇନ୍ଦ୍ର ଇନ୍ଦିଣୀ ଙ୍କୁ ବେଦିରେ ବିବାହ କାର୍ଯ୍ୟ କରାଯାଇଥାଲା। ପରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଖ ପାଖ ଅଞ୍ଚଳରୁ ବିପୁଳ ପରିମାଣରେ ଶ୍ରଦ୍ଧାଳୁ ଯୋଗଦେଇ ଥିଲେ।