ମାଟ୍ରିକ ଟପ୍ପର ଦାଦନ ଖଟିବାକୁ ଯାଇଥିବା ପ୍ରସଙ୍ଗ: ସହଯୋଗର ହାତ ବଢେଇଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ଟିମନଭାଡି ଗାଁର ଦିନ ମଜୁରିଆ ପରିବାରର ପୁଅ ସୁରଜ ନାଗ ମାଟ୍ରିକ ପରୀକ୍ଷାରେ ବ୍ଳକ ଟପର ହୋଇଛନ୍ତି। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଅତି ଦୟନୀୟ ଥିବା ହେତୁ ମାଟ୍ରିକ ପରୀକ୍ଷା ସାରିଲା ପରେ ସେ କେରଳକୁ ଦାଦନ ଖଟି ବାକୁ ଯାଇଥିଲେ। ମିଡିଆରୁ ଏହି ଖବର ଜାଣିବା ପରେ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ କାର୍ଯ୍ୟକର୍ତ୍ତା ସଂପୃକ୍ତ ପରିବାର ସହ ଯୋଗାଯୋଗ କରି ପୁଅକୁ କେରଳରୁ ଡାକିବାକୁ କହିଥିଲେ। ପୁଅ ସୋମବାର ଘରକୁ ଆସିଲା ପରେ ଆଜି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଏକ ଟିମ ସଭାପତି ଧନଞ୍ଜୟ ଦୀପ୍, କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ, କେସିଙ୍ଗା ସଭାପତି ବିଷ୍ନୁ ମଙ୍ଗରାଜ ପ୍ରମୁଖ ତାଙ୍କ ଘରକୁ ଯାଇଥିଲେ। ଜଙ୍ଗଲ ପାହାଡ ଘେରା ଗାଁରେ ବାପା ମାଆ ଦିନ ମଜୁରିଆ। ପାଞ୍ଚଟି ପୁଅ ଝିଅ; ସେହି ଭିତରୁ ଦୁଇଟି ଝିଅ ଗୋଟିଏ ପୁଅ। ମେଧାବୀ ଛାତ୍ରଛାତ୍ରୀ; ପଦ୍ମତୁଲା ନାଗ +୨ ବିଜ୍ଞାନ ରେ ୭୦% ପାଇ +୩ ରାୟଗଡା ମହାବିଦ୍ୟାଳୟରେ ପଢୁଛନ୍ତି। ସବିତା ନାଗ +୨ ବିଜ୍ଞାନରେ ୬୦% ପାଇ ଆର୍ଥିକ ଅଭାବରୁ ପଢିପାରୁନାହିଁ। ଛୋଟ ପୁଅ ସୁରଜ ନାଗ ମାଟ୍ରିକରେ ଲାଞ୍ଜିଗଡ଼ ବ୍ଳକ ଟପର। ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ପୁଅ ଝିଅ ଦୁଇ ଜଣଙ୍କ ସମ୍ପୂର୍ଣ୍ଣ ପାଠ ପଢ଼ାଇବା ଖର୍ଚ୍ଚ ବୁଝିବା ନିଷ୍ପତ୍ତି ନେଇଛି। ଦିନ ମଜୁରିଆ ପରିବାର ରହିବାକୁ ଠିକ୍ ସେ ଘର ଗୋଟିଏ ନାହିଁ, ପଢିବା ପାଇଁ ବିଜୁଳି ନାହିଁ, ଜମିବାଡି ନାହିଁ ତଥାପି ଶିକ୍ଷାର ମହତ୍ତ୍ୱ ବୁଝି ପାଠ ପଢୁଥିବା ଏହି ପରିବାର ମାନବ ସମାଜର ଉଦାହରଣ ହୋଇ ରହିବ। ତେବେ ଏହି ପରିବାରକୁ ସହଯୋଗର ହାତ ବଢ଼ାଇଥିବାରୁ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.