ଜିଲ୍ଲା ବରିଷ୍ଟ ନାଗରିକ ସଂଘ ପକ୍ଷରୁ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସୁବର୍ଣ୍ଣପୁର ତରଫରୁ ରୋଗ ପାଇଁ ଯୋଗ କାର୍ଯ୍ୟକ୍ରମ ଉପରେ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି l ଆଜି ସକାଳ ୬ ଟା ବେଳେ ସୋନପୁର ସ୍ମାର୍ଟ ପାର୍କ ଠାରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ଆୟୋଜିତ ଯୋଗ ପ୍ରଶିକ୍ଷଣ ଶିବିର ଓ ସଚେତନତା ଅଭିଯାନ ( ରୋଗ ପାଇଁ ଯୋଗ ) ଅନୁଷ୍ଠିତ ହୋଇଯାଇଛି l ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ଓ ଶ୍ରୀ ଗୋପାଳଜୀ ଯୋଗାଳୟ ର ମିଳିତ ସହଯୋଗରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ସଂଗଠନ, ମହିଳା ଯୋଗ ସେବା ସମିତି, ସୁବର୍ଣ୍ଣl ନାରୀ ଜାଗରଣ କେନ୍ଦ୍ର, ଜିଲ୍ଲା ଯୋଗ ସେବା ସମିତିର ସମସ୍ତ ସଦସ୍ୟଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ, ସ୍ବେଛାସେବୀ, ମିଡିଆ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଯୋଗାଚାର୍ଯ୍ୟ ଗରେଖ ନାଥ ସାହୁ, ଡ଼ଃ ଜ୍ୟୋତି ରଞ୍ଜନ ବହିଦାର, କବି ଓ ଗାଳ୍ପିକ ଡ଼ଃ ଆର୍ତ୍ତତ୍ରାଣ ବାବୁ, ଯୋଗାଚାର୍ଯ୍ୟ ମନୋଜ ପଣ୍ଡା ଆଜି ଶିବିର ରେ ଯୋଗ ପ୍ରଶିକ୍ଷଣ ଦେଇ ଉପସ୍ଥିତ ନାଗରିକଙ୍କୁ ସଚେତନ କରି ଥିବା ବେଳେ ବରିଷ୍ଠ ନାଗରିକ ସଂଘ ର ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଡ ସନ୍ତୋଷ କୁମାର ପାଢୀ, ବ୍ୟୋମକେଶ ଦାଶ, ଲକ୍ଷ୍ମୀ ନାରାୟଣ ମହାନ୍ତି, ମୃତ୍ୟୁଞ୍ଜୟ ଦାଶ, ହରିହର ଶତପଥୀ, ରାଧେଶ୍ୟାମ ମିଶ୍ର, କାହ୍ନୁ ମିଶ୍ର, ନିରଞ୍ଜନ ତ୍ରିପାଠୀ, ପ୍ରଶାନ୍ତ କୁମାର ସାହୁ, ପ୍ରଦୀପ ପୁରୋହିତ, ଦିଲ୍ଲୀପ ରଥ, ଦୟାନିଧି ସେଠୀ, ମଦନ ମୋହନ ଦାନୀ, ଦିବ୍ୟ ଉର୍ଯ୍ୟl ସଭାପତି ଗୋପାଳ ନେଗୀ, ସଂପାଦକ ଶ୍ରୀବନ୍ତ ମିଶ୍ର, କୋଡ଼ିନେଟର ମନୋରଂଜନ ତ୍ରୀପାଠୀ, ସାମ୍ୱାଦିକ ସଞ୍ଜୟ ସାହୁ, ମହାଦେବ ମଲ୍ଲିକ, ସ୍ମାର୍ଟ ପାର୍କ କର୍ମଚାରୀ ହରି ଶଙ୍କର ଚୌଧୁରୀ ପ୍ରମୁଖ ଗୋପାଲଜୀ ଯୋଗାଳୟ ଓ ଦିବ୍ୟ ଉର୍ଯ୍ୟା ଯୋଗ ସମିତି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.