ନଳକୂପ ଅଚଳ: ପାଣି ପାଇଁ ଲୋକେ ହନ୍ତସନ୍ତ

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ପଣ୍ଡରିଯୋର ପଞ୍ଚାୟତ ଅନ୍ତର୍ଗତ ଗିଦମାଲ ଗାଁର ହରିଜନପଡ଼ାରେ ଥିବା ନଳକୂପଟି ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ସମୟ ହେଲା ଅଚଳ ହୋଇ ପଡ଼ିରହିଥିବା ଅଭିଯୋଗ ହୋଇଛି I ନଳକୂପକୁ ମରାମତି କରିବା ପାଇଁ ଲୋକେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ I ଯାହା ଫଳରେ ଲୋକେ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ପାଣି ଟ୍ୟାଙ୍କର ଆସୁଛି। ହେଲେ ସତ ହରିଜନପଡାରେ ନ ଦେଇକି ଉପରପଡ଼ାରେ ହରିଜନପଡ଼ାକୁ ଟ୍ୟାଙ୍କର ଜଳଯୋଗାଣ ସୁଚାରୁରୂପେ ପହଁଚି ପାରୁନାହିଁ I ଗାଁରେ ଥିବା କୂଅ ଏବଂ ପୋଖରୀରୁ ଲୋକେ ପିଇବାପାଣି ସଂଗ୍ରହ କରୁଛନ୍ତି I କୂଅ ଓ ପୋଖରୀ ପାଣି ବିଶୁଦ୍ଧ ନ ଥିବାରୁ ସଂକ୍ରମଣ ରୋଗ ବ୍ୟାପିବାର ସମ୍ଭାବନା ରହିଛି I ଏହି ନଳକୂପକୁ ଶୀଘ୍ର ମରାମତି କରିବା ପାଇଁ ଗାଁର ମହିଳାମାନେ ରାମବତୀ ତାଣ୍ଡି, ବେଣୀମତି ଖୁରା, ଲଳିତା ତାଣ୍ଡି, ସତ୍ୟଭାମା ତାଣ୍ଡି, ନୂଆଦେଇ ତାଣ୍ଡି, ରତି ଖୁରା, ଲଳିତା ଖୁରା, ଲକ୍ଷ୍ମୀ ଖୁରା, ସରିତା ଖୁରା, ମୁକ୍ତା ଖୁରା, ଗୋଲାପୀ ଖୁରା, ଜାନକୀ ତାଣ୍ଡି, ମହରଗୀ ଖୁରା,କନକ ବରିହା, ଘୋର ତାଣ୍ଡି, ତୁଳସା ତାଣ୍ଡି, ଜ୍ୟୋତି ତାଣ୍ଡି,ଲାଇବନି ବରିହା, ମଡ଼ାଖାଇ ଚିରାଗୁନ, ହେମଳତା ବରିହା, ମଞ୍ଜୁ ଖୁରା, ତରୁଣୀ ହାତୀ, ଭାରତୀ ହାତୀ, କମଳା ହାତୀଙ୍କ ସମେତ ଅନେକ ମହିଳା ଜିଲ୍ଲା ପ୍ରଶାସନ ଗିଦମାଲ ଗାଁ ହରିଜନପଡ଼ା ଉପରେ ଦୃଷ୍ଟିଦେଇ ଏହି ସବୁ ସମସ୍ୟାର ସମାଧାନ କରିବାକୁ ହରିଜନପଡ଼ାବାସୀ ନିବେଦନ କରିଛନ୍ତି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.