ପଞ୍ଚାୟତ ସ୍ତରୀୟ ବିକାଶ ବାହନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର କଲ୍ୟାଣ ସିଂହପୁର ଗ୍ରାମ ପଞ୍ଚାୟତ ତରଫରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଗଗନ ବିହାରୀ ପାଲାକାଙ୍କ ନେତୃତ୍ୱରେ ପଞ୍ଚାୟତ ସ୍ତରୀୟ ବିକାଶ ବାହନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ଅଧିକାରୀ ମାନଙ୍କ ଦ୍ୱାରା ଗେରୁଆ ପତାକା ଦେଖାଇ ବିକାଶ ବାହନ ଗାଡ଼ି କୁ ଉଦ୍ଘାଟନ କରିଥିଲେ | ପରେ ପରେ କଲ୍ୟାଣ ସିଂହପୁର ବନ ବିଭାଗ ସହାୟତାରେ ବ୍ଲକ ପରିସରରେ ବୃକ୍ଷ ରୋପଣ କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ କଲ୍ୟାଣ ସିଂହପୁର ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ଅମ୍ରିତା କାଡ୍ରାକା ଉପସ୍ଥିତ ରହିଥିବା ବେଳେ,ସମ୍ମାନିତ ଅତିଥି ଭାବେ କଲ୍ୟାଣ ସିଂହପୁର ପଞ୍ଚାୟତ ସମିତି ଗୋଷ୍ଟି ଉନ୍ନୟନ ଅଧିକାରୀଣୀ ମୋନିଷା ଦାସ,କଲ୍ୟାଣ ସିଂହପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଗୌତମ ବାର୍ଲି,କଲ୍ୟାଣ ସିଂହପୁର ବ୍ଲକ ବି ଜେ ପି ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀ ଉପସ୍ଥିତ ରହି ତହସିଲ ବିଭାଗ ରାଜସ୍ୱ ନିରୀକ୍ଷକ ଙ୍କ ଦ୍ୱାରା କଲ୍ୟାଣ ସିଂହପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ପାଟବନ୍ଧ ଗ୍ରାମର ୭ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ,ଅନ୍ତଃଦୟ ଗୃହ ଯୋଜନା ରେ ୧୮ଜଣ ହିତାଧିକାରଙ୍କୁ କାର୍ଯ୍ୟଦେଶ ବଣ୍ଟନ କରି ରାଜ୍ୟର ବି ଜେ ପି ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକାରୀ କରାଯାଇଥିବା ଅନେକ ଜନ ହିତକାରୀ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ଶକ୍ତ କରିବା ନିମନ୍ତେ ବ୍ଲକର କୃଷି ବିଭାଗ,ଶ୍ରମ ବିଭାଗ, ଉଦ୍ୟାନ କୃଷି ବିଭାଗ,ଜଳ ଓ ପରିମଳ ବିଭାଗ,ଜଳଛାୟା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଭଳି ଅନେକ ବିଭାଗ ସହ ପଞ୍ଚାୟତ ସ୍ତରରୁ ସମସ୍ତ ଅଙ୍ଗନୱାଡି କର୍ମୀ,ଆଶା କର୍ମୀ ଙ୍କ ସହିତ ଓଡ଼ିଶା ଜୀବିକା ମିଶନ ତରଫରୁ ବିଭିନ୍ନ “ସ୍ୱୟଂ ସହାୟିକା” ଗୋଷ୍ଟିଙ୍କ ଦ୍ୱାରା ମାଣ୍ଡିଆରେ ତିଆରି ପାରମ୍ପରିକ ଖାଦ୍ୟ ଓ ସ୍ଥାନୀୟ ପନିପରିବା ପ୍ରଦର୍ଷିତ କରାଯାଇଥିଲା | କାର୍ଯ୍ୟକ୍ରମକୁ ବ୍ଲକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ଵେତମ୍ ପ୍ରଧାନ ପରିଚାଳନା କରିଥିବା ବେଳେ କଲ୍ୟାଣ ସିଂହପୁର ଗ୍ରାମ ପଞ୍ଚାୟତ ଯୋଗାଣ ସହାୟକ ଶ୍ରୀକାନ୍ତ ମାଲେଟି ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.