ଗ୍ରାମ ପଞ୍ଚାୟତ ସ୍ତରୀୟ ବିକଶିତ କୃଷି ସଂକଳ୍ପ ଅଭିଯାନ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୃଷି ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଦୁଇଟି ଗ୍ରାମରେ ହୋଇ ଯାଇଛି। ଏଥିରେ ରାଜ୍ୟ ସରକାରଙ୍କର ବିକଶିତ କୃଷି ଏବଂ ବିକଶିତ ଓଡ଼ିଶାକୁ ସଫଳତାର ସହ ରୂପାୟନ କରିବା ସହିତ କୃଷିର ବିକାଶରେ ନୂତନ ବୈଷୟିକ ଜ୍ଞାନ କୌଶଳ ଚାଷୀଙ୍କ ନିକଟରେ ପହଞ୍ଚାଇବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ। ବିଭାଗ ପକ୍ଷରୁ ପୃଥକ ପୃଥକ ଦୁଇଟି ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ କରାଯାଇ ଥ‌ିବା ବେଳେ ପୂର୍ବାହ୍ନରେ ଆଡିମାହା ଓ ମହାସିଙ୍ଗି ଠାରେ ପଞ୍ଚାୟତ ସ୍ତରୀୟ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଗୋଷ୍ଠୀ କୃଷି ଅଧିକାରୀ ବିଭୁପଦ ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଘୁ.ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷି ବୈଜ୍ଞାନିକ ସୁଜିତ କୁମାର ମୁଖି, ଜଳଛାୟା ପ୍ରକଳ୍ପ ପିଆଇଏ ବିଦ୍ୟାଧର ବେହେରା, ଉଦ୍ୟାନ ବିଭାଗ ପ୍ରତିନିଧି, ମିଲେଟ ମିଶନ ପ୍ରତିନିଧି ଓ ମୂଖ୍ୟମନ୍ତ୍ରୀ ମକା ମିଶନ ଶାନ୍ତି ମୈତ୍ରୀ ଭଗବାନ ଜେନା, ଆଡିମାହା ସରପଞ୍ଚ ଶାନ୍ତିଲତା ମଲ୍ଲିକ ଓ ସମିତି ସଭାପତି ପଦ୍ମ ଚରଣ ପାତ୍ର, ନାଏବ ସରପଞ୍ଚ କଣ୍ଠେଶ୍ବର ମଲ୍ଲିକ,ମହାସିଙ୍ଗି ସରପଞ୍ଚ ରଞ୍ଜିତ ମଲ୍ଲିକ ପ୍ରମୁଖ ଯୋଗଦେଇ ମୃତ୍ତିକା ପରୀକ୍ଷା,ସନ୍ତୁଳିତ ପୋଷକ ତତ୍ତ୍ବ ପରିଚାଳନା,ଅଧୂକ ଅମଳ କ୍ଷମ କୃଷି ପଦ୍ଧତି, ପ୍ରାକୃତିକ ଉପାୟରେ ବିଭିନ୍ନ ରୋଗ ପୋକର ନିୟନ୍ତ୍ରଣ ସହିତ ସର୍ବୋପରି କୃଷିର ଉନ୍ନତି ଉପରେ ଆଲୋଚନା କରି ଉପସ୍ଥିତ କୃଷକ ମା,ବାପାଙ୍କୁ ସଚେତନ କରିଥିଲେ।ଏଥି ସହ କୃଷିର ବିକାଶରେ ନୂତନ ବୈଷୟିକ ଜ୍ଞାନ କୌଶଳ ଚାଷୀ ମାନେ ଆପଣେଇବାକୁ ବାର୍ତ୍ତା ଦେଇ ସଚେତନ କରିଥିଲେ। ଉକ୍ତ ଉଭୟ ପଞ୍ଚାୟତ ସ୍ଵରୀୟ କାର୍ଯ୍ୟକ୍ରମରେ ଶତାଧୂକ ଚାଷୀ ମା ଓ ବାପା ମାନେ ସମ୍ମିଳିତ ହୋଇ ନିଜ ନିଜର ବିଭିନ୍ନ ସମସ୍ୟାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଉପସ୍ଥାପନା କରି ସମାଧାନ କାର୍ଯ୍ୟ ପନ୍ଥା ନେଇ ଆଲୋଚନା କରି ଥିଲେ। ଏହି କାର୍ଯ୍ୟକ୍ରମରେ କୃଷକଙ୍କୁ ମାଟି ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା ବେଳେ କୃଷି ଓଭରସିଅର ଦୁଷ୍ମନ୍ତ ପାଣିଗ୍ରାହୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.