ଜିଲ୍ଲାସ୍ତରୀୟ ମକଡ୍ରିଲ ଏବଂ ଟେବୁଲଟପ ଏକସରସାଇଜ ନିମନ୍ତେ ପ୍ରସ୍ତୁତି ବୈଠକ

ବନ୍ୟାବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ

ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ୧୦ଟାରେ ଟେବୁଲଟପ୍ ଏକସରସାଇଜ୍ ଏବଂ ମକ୍ ଡ୍ରିଲ୍ ନିମନ୍ତେ ପ୍ରସ୍ତୁତି ବୈଠକ ଅଡିଟୋରିଓମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ବନ୍ୟା, ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ କିଭଳି ପୂର୍ବ ପ୍ରସ୍ତୁତି କରାଯାଇ ପାରିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଉପକୂଳବର୍ତ୍ତୀ ବାଲେଶ୍ବର ଜିଲ୍ଲାରେ ବାତ୍ୟା ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅନେକ କ୍ଷୟକ୍ଷତି ହେଉଥିବା ବେଳେ ଉପଯୁକ୍ତ ଯୋଜନା ପ୍ରସ୍ତୁତି ଦ୍ଵାରା ଧନଜୀବନର ସୁରକ୍ଷା ହୋଇପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ପୂର୍ବ ବର୍ଷ ଭଳି ଜିଲ୍ଲାର ବନ୍ୟା ଓ ବାତ୍ୟାପ୍ରବଣ ଅଂଚଳର ଲୋକମାନଙ୍କୁ ବିପର୍ଯ୍ୟୟ ପ୍ରଶମନ ଓ ମୁକାବିଲାର ବିଭିନ୍ନ ଉପାୟ, ଅନୁସନ୍ଧାନ, ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା କାର୍ଯ୍ୟ ସମ୍ବନ୍ଧରେ ସଚେତନ କରିବା ପାଇଁ ଆସନ୍ତା ଜୁନ ୧୯ ତାରିଖରେ ଏକ ମକଡ୍ରିଲ ଲାଗି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି।

Omkar Vasthu
Omkar Vasthu

ଆଗାମୀ ୧୮ ତାରିଖ ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଏବଂ ଅପରାହ୍ନରେ ବ୍ଲକ ଏବଂ ପୌରାଂଚଳ ସ୍ତରରେ ଟେବୁଲଟପ ଏକସରସାଇଜ୍ ୧୯ ତାରିଖରେ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନକୁ ରକ୍ଷା କରି ଶୂନ୍ୟ ମୃତ୍ୟୁ (ଜିରୋ କାଜୁଆଲଟି)ଆଭିମୁଖ୍ୟକୁ ସାକାର କରିବା ପାଇଁ ପ୍ରସ୍ତୁତିକୁ ସଦା ସର୍ବଦା ସଜାଗ ରହିବା ପାଇଁ ବିଭିନ୍ନ ଦିଗକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା I

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲାର ବିଭିନ୍ନ ବ୍ଲକରେ ଅବସ୍ଥିତ ୧୪୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବନ୍ୟା ଆଶ୍ରୟସ୍ଥଳୀରେ ଏହି ମଳଡ୍ରିର ଅନୁଷ୍ଠିତ ହେବ। ସେହିପରି ରେଡକ୍ରସ ଦ୍ଵାରା ପରିଚାଳିତ ୧୨ଟି କେନ୍ଦ୍ରରେ ମଧ୍ୟ ଏହା ଅନୁଷ୍ଠିତ ହେବ। ମକଡ୍ରିଲ୍ ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ଅବସ୍ଥା, ସେଠାରେ ଥିବା ଯନ୍ତ୍ରପାତିଗୁଡିକୁ ପରୀକ୍ଷାନିରୀକ୍ଷା କରି ଆବଶ୍ୟକୀୟ ଜରୁରୀ ସରଞ୍ଜାମ ଠିକ ଅଛି କି ନାହିଁ, ସେ ବାବଦରେ ସ୍ଥାନୀୟ ବି.ଡି.ଓ. କିମ୍ବା ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କୁ ଆଶ୍ରୟସ୍ଥଳୀ ସେକ୍ରେଟାରୀ ଓ ଅଗ୍ନିଶମ ଅଧିକାରୀ ଅବଗତ କରାଇବେ। ବନ୍ୟା ଓ ବାତ୍ୟା ପରିସ୍ଥିତିରେ ପୀଡ଼ିତଙ୍କୁ ଉଦ୍ଧାର ଓ ଥଇଥାନ ନିମନ୍ତେ ଆଶ୍ରୟସ୍ଥଳୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ଶୁଖିଲା ଏବଂ ରନ୍ଧା ଖାଦ୍ୟ ବ୍ୟବସ୍ଥା, ଔଷଧ ମହଜୁଦ, ନଦୀବନ୍ଧ ଓ ଘାଇ ମରାମତି, ପାଇପ୍ ଦ୍ୱାରା ବିଶୋଧିତ ଜଳ ଯୋଗାଣ, ନଳକୂପ ବିଶୋଧନ, ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଔଷଧ, ହେଲୋଜନ ବଟିକା, ଓଆରଏସ, ବ୍ଲିଚିଙ୍ଗ ପୱଡର ,ପ୍ରାଣୀସମ୍ପଦର ସୁରକ୍ଷା ନିମନ୍ତେ ଟୀକା ଓ ଔଷଧ ସହ ପଦକ୍ଷେପ, ଦୁର୍ଗମ ଅଞ୍ଚଳରେ ଖାଦ୍ୟ ଶସ୍ୟ ମହଜୁଦ ରଖିବା ଆଦି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ଉପ ଜ଼ିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ପ୍ରକଳ୍ପ ଅଧିକାରୀ, ଜ଼ିଲ୍ଲା ପରିଷଦ, ବାଲେଶ୍ୱର, ପୌରପାଳିକା ଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଏନ.ଡି.ଆର.ଏଫ୍,ଓ.ଡ୍ରା.ଫ୍ ବାହିନୀ, ସ୍ଵେଚ୍ଛାସେବୀ ସଂଗଠନ, ଆପଦ ମିତ୍ର ସ୍ଵେଚ୍ଛାସେବୀ, ସିଭିଲ ଡିଫେନ୍ସ, ଅଗ୍ନିଶମ ବିଭାଗ ଅଧିକାରୀ, ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଏବଂ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ସଭାପତି ଓ ସମ୍ପାଦକମାନେ ଯୋଗଦାନ କରିଥିଲେ। ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଅବନୀକାନ୍ତ ଭୂୟାଁ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ପରିଶେଷରେ ଜ଼ିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.