ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗ୍ରାମ ପଞ୍ଚାୟତର ଡଙ୍ଗରତଳ ପଡ଼ା ଗ୍ରାମର ଘାସିରାମ ସାହୁଙ୍କ ଘରେ ଫୁଟିଛି ଦୁର୍ଲଭ ବ୍ରହ୍ମକମଳ। ବିଶ୍ବାସ ଅନୁଯାୟୀ ଏହା ସ୍ବର୍ଗର ଫୁଲ। କୁହାଯାଏ ଭାଗ୍ୟରେ ଥିଲେ ଘର ବାଡ଼ି ବଗିଚାର ଏହି ଫୁଲ ଫୁଟିଥାଏ। ଗତ କିଛି ମାସ ତଳେ ନର୍ଲା ଉପରପଡ଼ାର ସାମ୍ବାଦିକ ନିରଞ୍ଜନ ଗୌଡଙ୍କ ଘରେ ଏହି ଫୁଲ ଫୁଟିଥିଲା। ବର୍ତ୍ତମାନ ଡଙ୍ଗରତଳ ପଡ଼ା ଗ୍ରାମର ଘାସିରାମ ସାହୁଙ୍କ ଘରେ ଏହି ଫୁଲ ଫୁଟିଛି ଜାଣିବା ପରେ ଏହାକୁ ଦେଖିବା ପାଇଁ ଓ ପୂଜା କରିବା ପାଇଁ ସକାଳୁ ଲୋକଙ୍କ ଧାଡ଼ି ଲମ୍ବିଥିଲା। ଲୋକେ ଧୂପ, ଦୀପ ଓ ଭୋଗ ଅର୍ପଣ କରି ଏହାକୁ ପୂଜା କରିଥିଲେ। ଗ୍ରାମବାସୀ, ଦେଖଣାହାରୀ ଏବଂ ଘରଲୋକେ ବ୍ରହ୍ମ କମଳକୁ ପୂଜା କରିବା ପରେ ଗୃହ କର୍ତ୍ତା ଘାସିରାମ ଏହାକୁ ନର୍ଲା ଶିବ ମନ୍ଦିରରେ ଅର୍ପଣ କରିଛନ୍ତି।