ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା ଉପାନ୍ତ ବ୍ଲକ୍ କୋଟଗଡ ଥାନା ଅନ୍ତର୍ଗତ ସୁବର୍ଣଗିରି ପଞ୍ଚାୟତର କହମଗୁଡା ରେ ଲାଗିଲା ମାଓ ବ୍ୟାନର | ବ୍ୟାନରରେ ଉଲ୍ଲେଖ ଅନୁଯାଇ ଆଜାଦ ପଣ୍ଡା ଙ୍କ ନିର୍ଦେଶ କ୍ରମେ ଜଳ ଛାୟାର କାମ ବନ୍ଦ କରାଯାଇଛି | ଜଳଛାୟା ପ୍ରକଳ୍ପର ୪କୋଟିର ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ନେଇ ବ୍ୟାନର ଜରିଆରେ ଚେତାବନୀ ଦିଆଯାଇଛି | ଏଥିରେ ସମ୍ପୃକ୍ତ ସଭାପତି, ସମ୍ପାଦକ ଓ ଯନ୍ତ୍ରୀଙ୍କୁ ଆସନ୍ତା ଜୁନମାସ ୨୨ତାରିଖ ସୁଦ୍ଧା ହିସାବ ଦେବାକୁ ପଡ଼ିବ ବୋଲି ଉଲ୍ଲେଖ ରହିଛି | ଏହି ଆହ୍ୱାନକୁ ବେଖାତିର କଲେ ଦଣ୍ଡମିଳିବା ନେଇ ଲାଲବ୍ୟାନରରେ ସୂଚନା ଦିଆଯାଇଛି | ତେବେ ବ୍ୟାନର ଉପରେ କେବଳ ସିପିଆଇ ଉଲ୍ଲେଖ ରହିଥିବା ବେଳେ କେଉଁ ଏରିଆ ସଂଗଠନ ପକ୍ଷରୁ ବ୍ୟାନର ମରାଯାଇଛି,ସେ ନେଇ କିଛି ସ୍ପଷ୍ଟ ଉଲ୍ଲେଖ ନ ଥିବାରୁ ଜନସାଧାରଣ ରେ ନାନା ଚର୍ଚ୍ଚା ଲାଗିରହିଛି | ତେବେ ଜଳଛାୟା ର କେଉଁ କାମ, କେଉଁଠି ହୋଇଛି, ସମ୍ପୃକ୍ତ ସଭାପତି କିଏ? ସମ୍ପାଦକ କିଏ? ଏବଂ ମେଜେରମେଣ୍ଟ କରିଥିବା ଯନ୍ତ୍ରୀ କିଏ? ତାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି |