ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ନାଗାବଳୀ ୟୁଥ୍ କ୍ଳବ୍ ବୁଡ଼ାଗୁଡ଼ାଙ୍କ ଦ୍ବାରା ଆୟୋଜିତ ମାଁ ସିତାଲାମା କ୍ରିକେଟ୍ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି | ଏଥିରେ ମୋଟ ୩୬ ଟି ଟିମ୍ ମଧ୍ୟରେ ଖେଳ ହୋଇ ଥିବା ବେଳେ ଫାଇନାଲ୍ ଖେଳ ଧାମୁଣିପଙ୍ଗା ଓ ରେଖାଲିଗୁଡ଼ା ଟିମ୍ ମଧ୍ୟରେ ହୋଇଥିଲା | ରେଖାଲିଗୁଡ଼ା ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ମୋଟ ସାତ ୱିକେଟ ୯୧ ରନ୍ କରିଥିଲେ ଏହି ରନ୍ କୁ ପିଛା କରି ଧାମୁଣିପଙ୍ଗା ଟିମ୍ ମୋଟ ୩୦ ରନ୍ ରେ ଅଲ୍ ଆଉଟ୍ ହୋଇ ଯିବା ପରେ ରେଖାଲିଗୁଡ଼ା ଟିମ୍ ବିଜୟୀ ଘୋଷଣା ହୋଇଥିଲା । ଏହି ଖେଳରେ ସନ୍ତୋଷ ଗୌଡ଼ ଓ ସୌରଭ ଏମ୍ପ୍ୟାର୍ ଭାବେ ରହିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ବୁଡ଼ାଗୁଡ଼ା ଗ୍ରାମର ସମାଜସେବୀ ସିମାଞ୍ଚଳ ନାଡ଼ିମିଣ୍ଟି, ସମ୍ମାନିତ ଅତିଥି ଭାବେ ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପ ସଭାପତି ସନ୍ତୋଷ କୁମାର ବଛା ଉପସ୍ଥିତ ରହି ବିଜେତା ଟିମ୍ ଏଵଂ ରନର ଟିମ୍ କୁ ଟ୍ରଫି ସହ ଅର୍ଥରାଶି ପୁରସ୍କାର ଦେଇ ଖେଳାଳୀଙ୍କୁ ଉଚ୍ସାହିତ କରିଥିଲେ । ଏହି ଖେଳ ଦେଖିବାକୁ ଆଖପାଖ ଅଞ୍ଚଳର ଅନେକ ଖେଳ ପ୍ରେମୀଙ୍କ ଭିଡ଼ ଜମିଥିଲା ।