କଳାବ୍ୟାଚ ପରିଧାନ କରି କେସିଙ୍ଗା ବନାଞ୍ଚଳ କର୍ମଚାରୀଙ୍କ ପ୍ରତିବାଦ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିଛନ୍ତି କେସିଙ୍ଗା ଉତ୍ତର ବନଖଣ୍ଡ କର୍ମଚାରୀ । ଓଡ଼ିଶା କାର୍ଯ୍ୟକାରିଣୀ ସଂଘର ଆହ୍ବାନ କ୍ରମେ ବନପାଳ ବିଶିକେଶନ କରୁଆଁଙ୍କ ନେତୃତ୍ୱରେ କେସିଙ୍ଗା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅଣ-ଗେଜେଟେଡ ବନ କର୍ମଚାରୀ ସଂଘ ବିଭିନ୍ନ ଦାବୀ ନେଇ କଳା ବ୍ୟାଚ ପରିଧାନ କରିଛନ୍ତି । ହିନ୍ଦୋଳ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ହତ୍ୟାରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ତାଙ୍କ ପରିବାରକୁ ଏକକୋଟି ଟଙ୍କାର ସହଯୋଗ ରାଶି ପ୍ରଦାନ, ଫରେଷ୍ଟ କମିଶନ ଗଠନ, ବନ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ, ଇନ୍ସୁରାନ୍ସ ପେକେଜ୍ ଆଦି ଦାବୀ କରିଛନ୍ତି । ଆଜିଠାରୁ ଆସନ୍ତା ଜୁନ ୨୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଦାବୀ ରଖୁଥିବା ବେଳେ, ସରକାର ଯଦି କର୍ଣ୍ଣପାତ ନ କରନ୍ତି ତାହେଲେ ଆସନ୍ତା ଜୁନ ୨୨ ତାରିଖରୁ ସାମୂହିକ ଛୁଟିରେ ରହିବେ ବୋଲି ବନପାଳ ଶ୍ରୀ କରୁଆଁଙ୍କ ସମେତ ଫକୀର ବିଶ୍ବାଳ, ଯଶୋବନ୍ତ ନାଏକ, ଶ୍ରୀମୁଖ ମେହେର, ଯଶୋବନ୍ତ ପାତ୍ର, ପାରିଜାତ ବାଗ, ବନରକ୍ଷୀ ନିଗମ କୁମାର ସାହୁ, ସୁଜାତା ବାଗ, ରୁକ୍ମଣୀ ମାଝୀ, ରାଜଲକ୍ଷ୍ମୀ ପ୍ରଧାନ, ଧନଞ୍ଜୟ ନିଆଳ ପ୍ରମୁଖ ଚେତାବନୀ ଦେବା ସହିତ, ଯଦି ଆଗାମୀ ଦିନରେ ସରକାର ଦାବୀ ପୂରଣ ନ କରନ୍ତି ତାହେଲେ ଭୁବନେଶ୍ୱର ରାଜ ରାସ୍ତାରେ ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.