ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ପାଇଁ ଜିଲ୍ଲା ସନ୍ତରଣ ସଂଘର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣାଗାର ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଉକ୍ତ ଚାମ୍ପିୟନ ସିପ୍‌କୁ ଏକ ବର୍ଣ୍ଣାଢ୍ୟ ପରିବେଶରେ ସମସ୍ତ ବର୍ଗର ପ୍ରତିଯୋଗୀମାନଙ୍କୁ ନେଇ ଆୟୋଜନ କରାଯିବାକୁ ବୈଠକରେ ନିଷ୍ପରି ଗ୍ରହଣ କରାଯାଇଛି। ଏହି ପ୍ରତିଯୋଗିତା ଜୁନିୟର ଓ ସବଜୁନିୟର ବର୍ଗରେ କରାଯାଇ ଶ୍ରେଷ୍ଠ ପ୍ରତିଭା ସମ୍ପନ୍ନ ସନ୍ତରଣକାରୀଙ୍କୁ ପୁରସ୍କୃତ କରାଯିବା ସହିତ ରାଜ୍ୟ ସ୍ତରୀୟ ଚାମ୍ପିୟନ ସିପ୍‌ରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯିବ। ଜିଲାର ଶ୍ରେଷ୍ଠ ଟାଇମରମାନେ ଭୁବନେଶ୍ବର ଠାରେ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି ବୈଠକ ଜିଲା ସନ୍ତରଣ ସଂଘର ସମ୍ପାଦକ ଜୟନାରାୟଣ ମେଣ୍ଡିଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସଂଘର ସଭ୍ୟ ବିଦ୍ୟାଧର ମିଶ୍ର, ଭକ୍ତି ରଞ୍ଜନ ଦଳେଇ, ପ୍ରକାଶ ମେହେର, ଶିବ ନାରାୟଣ ବେହେରା, ଦିଗାମ୍ବର ଶତପଥୀ, ଶ୍ରୀତମ ସାହୁ, ବିଶ୍ବରଞ୍ଜନ ଦଳାଇ, ପ୍ରଦୀପ କୁମାର ମହାନ୍ତି, ମନୋରଞ୍ଜନ ମିଶ୍ର ଓ ସୁରଜ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଜୁଲାଇ ୧୩ ରବିବାର ହେବାକୁ ଥିବା ଏହି ଜିଲାସ୍ତରୀୟ ପ୍ରତିଯୋଗିତା ପାଇଁ ଆଗ୍ରହୀ ସନ୍ତରଣକାରୀମାନେ ଆସନ୍ତା ଜୁଲାଇ ୫ ତାରିଖ ସୁଦ୍ଧା ସେମାନଙ୍କର ନାମ ପଞ୍ଜିକରଣ କରିପାରିବେ। ଏଥି ପାଇଁ ପ୍ରତିଯୋଗୀ ମାନେ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ର ହେଡ କୋଚ ସଞ୍ଜୟ ପାଣ୍ଡେ (୭୦୦୮୩୮୮୨୯୩), ସହାୟକ କୋଚ ନିମାଇଁ ବାଘଙ୍କ (୮୬୫୮୫୫୩୮୦୪) ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.