ଗୋବର୍ଦ୍ଧନପୁର ଆଞ୍ଚଳିକ ଯାଦବ ସମିତି ପୁନର୍ଗଠିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତସ୍ତରୀୟ ନବମ ଯାଦବ ମହାସଭା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଧୁପୁରଠାରେ ଅନୁଷ୍ଠିତ ବୈଠକରେ ଲାଞ୍ଜିଗଡ ବ୍ଲକ ଯାଦବ ମହାସଭାର ସାଧାରଣ ସଂପାଦକ ଧବଳେଶ୍ୱର ଠେଲା, କୋଷାଧ୍ୟକ୍ଷ ଲକ୍ଷ୍ମୀ ଚଣ୍ଡୀ, ସମାଜସେବୀ ରାଘବ ଗହୀର ପ୍ରମୁଖ ଯୋଗଦେଇଥିଲେ। ବ୍ଲକ ଉପସଭାପତି ଶୋଭାବନ ଛତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ତୀର୍ଥ ଗହୀର ଓ ନୃପରାଜ ଛତର ପରିଚାଳନା କରିଥିଲେ। ଏହି ଅବସରରେ ଯାଦବ ସମିତି ଗୋବର୍ଦ୍ଧନପୁର ଆଞ୍ଚଳିକ କମିଟି ଗଠିତ ହୋଇଥିଲା। ଏଥିରେ ପଞ୍ଚାୟତ ସଭାପତି ଭାବେ ଶୋଭାବନ ଛତର, ଉପସଭାପତି ଭାବେ ନିତ୍ୟାନନ୍ଦ ଛତର, ସାଧାରଣ ସଂପାଦକ ଭାବେ ନୃପରାଜ ଛତର, ସଂଗଠନ ସମ୍ପାଦକ ତୀର୍ଥ ଗହୀର, କୋଷାଧ୍ୟକ୍ଷ ଭାବେ ହୃଷିକେଶ ବଗର୍ତ୍ତିଙ୍କୁ ମନୋନୀତ କରାଯାଇଥିଲା। ସେହିପରି ପଞ୍ଚାୟତର ନଅଖଣ୍ଡ ଗାଁ ପାଇଁ ନଅଗୋଟି ଗ୍ରାମ୍ୟ କମିଟି ଓ ଭାତ କମିଟି ଗଠନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.