ସାର ଓ ବିହନର କଳା ବଜାରୀ ରୋକିବା ପାଇଁ କୃଷି ବିଭାଗର ତତ୍ପରତା

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ କୃଷି ଓ କୃଷକ ସଶକ୍ତି କରଣ ବିଭାଗରେ ତତ୍ପରତା ଦେଖା ଦେଇଛି | କଲ୍ୟାଣ ସିଂହପୁରର ଶିକରପାଇ ଅଞ୍ଚଳରେ ବିହନ ଓ ସାର କଳା ବଜାରୀ ଭାବେ ବିକ୍ରି ଖବର ପାଇ ବ୍ଲକ କୃଷି ବିଭାଗ ଦ୍ୱାରା ଏକ ପାଞ୍ଚ ଜଣିଆ ବିହନ ଓ ସାର ଯାଞ୍ଚ ତଦାରଖ ଦଳ ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ଯାଞ୍ଚ କରିଥିଲେ | ଏହି ତଦାରଖ ଦଳରେ କୃଷି ଜିଲ୍ଲା ଅଧିକାରୀ ସେଖ୍ ଏହେସାନ୍, କଲ୍ୟାଣ ସିଂହପୁର ବ୍ଲକ କୃଷି ଅଧିକାରୀ ସୁଜିତ କୁମାର ପାଢ଼ୀ, କାଶିପୁର ବ୍ଲକ ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ଦାସ,କୋଲନରା ବ୍ଲକ ସହକାରୀ କୃଷି ଅଧିକାରୀ ଗୁପ୍ତ ପ୍ରସାଦ ପଣ୍ଡା ଓ ଶିକରପାଇ କୃଷି ଅଧିଦର୍ଶକ ସୁଶାନ୍ତ ନାଏକ ରହି କଲ୍ୟାଣ ସିଂହପୁର ବ୍ଲକ ଅଧିନରେ ରହିଥିବା ଓଡ଼ିଶା ସରକାରୀ ପ୍ରାମାଣିକ କୃଷି ଜାତ ବିହନ ଓ ସାର ବିକ୍ରି କରୁଥିବା ବ୍ୟକ୍ତି ବିଶେଷ ମାନଙ୍କ ଗୋଦାମ ଯାଞ୍ଚ କରିଥିଲେ | ଏହି ପରିପେକ୍ଷୀରେ କଲ୍ୟାଣ ସିଂହପୁର ବ୍ଲକ ଅଞ୍ଚଳରେ ବେଆଇନ୍ ଭାବେ ବିହନ ଓ ସାର ବିକ୍ରି ହୋଉଥିବା ବେଳେ ତିନି ଜଣ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପ୍ରଦାନ କରାଯାଇଥିବା ଦଳ ତରଫରୁ ସୂଚନା ମିଳିଛି | କଲ୍ୟାଣ ସିଂହପୁର ବ୍ଲକ କୃଷି ଓ କୃଷକ ସଶକ୍ତି କରଣ ବିଭାଗର ଏହିଭଳି କାର୍ଯ୍ୟକୁ କଲ୍ୟାଣ ସିଂହପୁର ଅଞ୍ଚଳର ସମସ୍ତ ଚାଷି ସ୍ୱାଗତ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.