ଜୁରାବନ୍ଧ, ଟିକ୍ରାପଡ଼ା ଓ ଝିଙ୍କିଡୁଙ୍ଗୁରି ପଞ୍ଚାୟତରେ ବିକାଶ ବାହନ ରଥ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଜୁରାବନ୍ଧ, ଟିକ୍ରାପଡ଼ା, ଝିଙ୍କିଡୁଙ୍ଗୁରି ପଞ୍ଚାୟତରେ ବିକାଶ ବାହନ ରଥ ପହଞ୍ଚିଛି | ଟିକ୍ରାପଡ଼ା ଠାରେ ସରପଞ୍ଚ ନରେନ୍ଦ୍ର କଲେତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଗଦାଧର ବଗର୍ତ୍ତୀ, ବିଧାୟକ ପ୍ରତିନିଧି ସର୍ବେଶ୍ୱର ମହାପାତ୍ର, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅକ୍ଷୟ ରଣା, ଆଇନଜୀବୀ ଗୌରଚନ୍ଦ୍ର ରାଜପଲିଆ ଯୋଗଦେଇ ରାଜ୍ୟ ସରକାରଙ୍କ ୧ ବର୍ଷର ଉପଲବ୍ଧି ଉପରେ ଅଭିଭାଷଣ ରଖିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ପିଏ ହେମନ୍ତ ଭୋଇ, ସମିତି ସଭ୍ୟା ଶଶି ମହାଲିଙ୍ଗ, ନାଏବ ସରପଞ୍ଚ ତପସ୍ୟା ନାଗ, ସାମ୍ବାଦିକ ପ୍ରମୋଦ ସେଲମା, ରମାକାନ୍ତ ରାଜପଲିଆ, ସାମାଜିକ କର୍ମୀ ମୋହନ ନାଏକ, ପାକ୍ସ ସମ୍ପାଦକ ରୋହିତ ତାଣ୍ଡି, ବନପାଳ ମନୋଜ ଡନସେନା, ବନରକ୍ଷୀ ଗଣେଶରାମ ସାହୁ ପ୍ରମୁଖ ମଞ୍ଚାସିନ ରହିଥିଲେ | ଏଡ଼ିଇଓ କ୍ଷୀରୋଦ୍ର ସାହୁ, ଯୋଗାଣ ସହାୟିକା ସ୍ଵାଗତିକା ଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ |ପ୍ରଶାନ୍ତ ବାଗ ଧନ୍ୟବାଦ ଅର୍ପଣ କରିଥିଲେ | ସେହିପରି ଜୁରାବନ୍ଧ ଠାରେ ସରପଞ୍ଚ କରିସ୍ମା ନନ୍ଦ ଓ ଝିଙ୍କିଡୁଙ୍ଗୁରି ଠାରେ ସରପଞ୍ଚ ପୁଷ୍ପାଞ୍ଜଳୀ ମାଝୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ, ନୂତନ ରାସନ କାର୍ଡ଼, ଭତ୍ତା କାର୍ଡ଼, ଶ୍ରମ କାର୍ଡ଼, ବର୍ଦ୍ଧିତ ଭତ୍ତା, କିସାନ କ୍ରେଡ଼ିଟ କାର୍ଡ଼, ଚାରା ଆଦି ବଣ୍ଟନ କରାଯାଇଥିଲା | ପଞ୍ଚାୟତ କର୍ମଚାରୀ, ମିଶନ ଶକ୍ତିରେ କାର୍ଯ୍ୟରତ ମହିଳା, ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟା, ବିଭିନ୍ନ ବିଭାଗର କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.