ଲାଞ୍ଜିଗଡରୋଡ ଓ କଦମ୍ବଗୁଡାରେ ପହଞ୍ଚିଲା ବିକାଶ ବାହାନ ରଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସରକାରଙ୍କ ‘ବର୍ଷ ଏକ ଉପଲବ୍ଧି ଅନେକ’ କାର୍ଯ୍ୟକ୍ରମ ଅବସରରେ ଲାଞ୍ଜିଗଡ଼ ବ୍ଲକରେ ପରିକ୍ରମା କରୁଥିବା ବିଳାଶ ବାହନ ରଥ ବୁଧବାର ଲାଞ୍ଜିଗଡ଼ରୋଡ଼ ଏବଂ କଦମ୍ବଗୁଡ଼ା ପଞ୍ଚାୟତରେ ପହଞ୍ଚିବା ପରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସମାରୋହରେ ସ୍ଥାନୀୟ ନାଏବ ସରପଞ୍ଚ ଅନଙ୍ଗ ମାଝୀ, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା, ଯୋଗାଣ ଅଧିକାରୀ ଦିଲ୍ଲିପ ନାଏକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର, ମଙ୍ଗଳ ସଂପ୍ରସାରଣ ଅଧିକାରୀ ପଙ୍କଜ ବଳିଆରସିଂ, ଲାଞ୍ଜିଗଡ଼ରୋଡ଼ ରାଜସ୍ୱ ନିରୀକ୍ଷକ ପ୍ରିୟବ୍ରତ ପୃଷ୍ଟି ସିକେରକୁପା ବନପାଳ ଭାଗିରଥି ନାଏକ, ମେଡିକାଲ ଅଫିସର ଡ଼ା ନିମାଇ ଗହିର,ମହିଳା ପରିଦର୍ଶିକା ମନ୍ଦାର ମହାନନ୍ଦ, ଗ୍ରାମ୍ୟ କୃଷି କର୍ମଚାରୀ ଭାସ୍କର ମାଝୀ, ବ୍ଲକ ପ୍ରକଳ୍ପ ସଂଯୋଜକ ଜିତୁ ପୋଡ଼, ସମାଜସେବୀ ମିଳନ ମହାପାତ୍ର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡ଼ିକ ଉପରେ ଆଲୋକପାତ କରି ସମସ୍ତ ସରକାରୀ ଯୋଜନାରେ ଜନ ସାଧାରଣ ଯୋଡ଼ି ହୋଇ ଏହାର ଲାଭ ଉଠେଇବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅନ୍ତୋଦୟ ଯୋଜନାରେ ୨ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ୩ ଜଣଙ୍କୁ ରାସନ କାର୍ଡ, ଆୟୁଷ୍ମାନ ଭାରତ ୭ ଜଣଙ୍କୁ ସ୍ବାସ୍ଥ୍ୟ କାର୍ଡ, ଦୁଇ ଜଣଙ୍କୁ ଭତ୍ତା,୨ ଜଣଙ୍କୁ ରାସନ୍ କାର୍ଡ, ୨ଜଣ ଦିବ୍ୟଙ୍ଗଙ୍କୁ ହୁଇଲ ଚେୟାର ଏବଂ ୫ଟି ଗାଁକୁ ଗୋଷ୍ଠୀ ଜଙ୍ଗଲ ଅଧିକାର ପଟା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତି ପରିଚାଳନା କରିଥିବା ବେଳେ ଏଥିରେ ଏମବିକେ, ସମସ୍ତ ସିଆରପି, ସମସ୍ତ ଗାଁସାଥୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ପଞ୍ଚାୟତର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏଥିରେ ସ୍ଵୟଂସହାୟକ ଗୋଷ୍ଠୀର ମହିଳାମାନେ ଏବଂ ଜନସାଧାରଣ ଉପସ୍ଥିତ ଥିଲେ। ସେହିପରି କଦମ୍ବଗୁଡ଼ା ପଞ୍ଚାୟତରେ ବିକାଶ ବାହାନ ରଥ ପହଞ୍ଚିବା ପରେ କଦମ୍ବଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀ, କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ରୁପାଧର ଧରୁଆ, ଏଡିଓ ତରୁଳତା ସାହୁ, ଗ୍ରାମ ରୋଜଗାର ସେବକ ରମାକାନ୍ତ ମାଝୀ, ଯୋଗାଣ ସହାୟକ କିରଣ ମାଝୀ ପ୍ରମୁଖ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମକୁ ସମସ୍ତ ୱାଡ ସଭ୍ୟ/ସଭ୍ୟା ଏବିକେ,ସିଆରପି, ଗାଁସାଥି ଆଶା କର୍ମି, ଅଙ୍ଗନବାଡ଼ି କର୍ମୀ ମାନେ ସହଯୋଗ କରିଥିବା ବେଳେ ଜନସାଧାରଣ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.