କାଙ୍କେରୀରେ ଡ୍ରେନ୍ ସମସ୍ୟା : କହିବ କାହାକୁ ଶୁଣିବ କିଏ???

ଜନ ଶୁଣାଣୀ ଶିବିରରେ ବାରମ୍ବାର ହୋଇଛି ଅଭିଯୋଗ, ମିଳିନାହିଁ ସୁଫଳ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ) : ଧର୍ମଗଡ ବ୍ଲକ ଅନ୍ତର୍ଗତ କାଙ୍କେରୀ ଗ୍ରାମ ଠାରେ ଡ୍ରେନ ସମସ୍ୟାକୁ ନେଇ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସରକାରଙ୍କ ଯୋଜନା ଫେଲ ମାରିଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉ କି କାଙ୍କେରୀ ମା ଡୁମେର ମୁଡେନ ଯୁବକ ସଂଘ ତଥା ଗ୍ରାମବାସୀ ତରଫରୁ ୨୦୨୧ ମସିହା ଠାରୁ ବିଗତ ସରକାର ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାଁ ଠାରୁ ଜିଲ୍ଲା ସ୍ତରୀୟ ଜନ ଶୁଣାଣୀ ରେ ଅଭିଯୋଗ କରିବା ସ୍ଵତେ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନ କରୁଥିବା ଅଭିଯୋଗ ହୋଇଛି। ୨୦୨୩ ମସିହାରେ ଡ୍ରେନ ସମସ୍ୟା କୁ ନେଇ ବାରମ୍ବାର ଅଭିଯୋଗ ହେଉଥିବା ଖବର କାଗଜ ରେ ବାହାରିବା ପରେ ଧର୍ମଗଡ ବିଡ଼ିଓ ଶରତ ସେଠୀ ଏବଂ ଯୋନ ନଂ ୦୧ ଜିଲ୍ଲା ପରିଷଦ ଗୋପୀନାଥ ମହାନନ୍ଦ ଗାଁ କି ପରିଦର୍ଶନ କରିଥିଲେ ଏବଂ ତୁରନ୍ତ ଡ୍ରେନ କାମ ଆରମ୍ଭ କରିବାପାଇଁ ପଞ୍ଚାୟତ କୁ ନିର୍ଦ୍ଧେଶ ଦେଇଥିଲେ। କିନ୍ତୁ ସେ ସମୟ ରେ ମାତ୍ର ୧୦୦ ମିଟର ନିମ୍ନ ମାନର ଡ୍ରେନ୍ କାମ କରି ଛାଡ଼ି ଦେଇଥିଲେ ସେ ଡ୍ରେନ ରେ ମଧ୍ୟ ପାଣି ନିଷ୍କାସନ ହେଇପାରୁନଥିବା ୩ ନମ୍ବର ୱାର୍ଡ ବାସୀ ଅଭିଯୋଗ କରିଛନ୍ତି। ସାଇ ମନ୍ଦିର ଠାରୁ ଗୋଲାଘର ଓ ଗୋଲାଘର ଠାରୁ ଘି ପଡ଼ା ପର୍ଯ୍ୟନ୍ତ ଡ୍ରେନ ଓ ଗୋଲାଘର ସାମ୍ନା ରେ ଏକ ପୋଲ ନିର୍ମାଣ ପାଇଁ ବର୍ତ୍ତମାନ ମଧ୍ୟ ଯୁବକ ସଂଘ ତରଫରୁ ଜିଲ୍ଲା ସ୍ତରୀୟ ଜନ ଶୁଣାଣୀ ଶିବିର ଓ ପଞ୍ଚାୟତ ସ୍ତରୀୟ ବିକଶିତ ଭାରତ ବିକଶିତ ଓଡ଼ିଶା ରେ ଲିଖିତ ଭାବରେ ଦେବା ସହ ମୁଖ୍ୟମନ୍ତ୍ରୀ ଜନ ଶୁଣାଣୀ ପୋର୍ଟାଲ ରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଆଧାର କରି ତିନି ତାରିଖ ଦିନ ପ୍ରଶାସନ ତରଫରୁ ଏକ ଯେ.ଇ. ପରିଦର୍ଶନ କରିଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଟିକେ ଟିକେ ବର୍ଷା ରେ ଘରେ ଘରେ ଆଣ୍ଠୁଏ ପାଣି ଦେଖିବାକୁ ମିଳୁଛି ଏହାର ତୁରନ୍ତ ସମାଧାନ ପାଇଁ ଗ୍ରାମବାସୀ ଦାବୀ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.