ପୂର୍ବତନ ପିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ; ୫୩ ଲକ୍ଷରୁ ଉର୍ଦ୍ଧ୍ବ ସରକାରୀ ଟଙ୍କା ଆତ୍ମସାତ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସରାମୁଳି ପଞ୍ଚାୟତର ପୂର୍ବତନ ପିଇଓ ଅକ୍ରୂର ମାଝୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ଏସଏଫସି/ସିଏଫସି ଅନୁଦାନ ଅଧୀନରେ ୫୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ଓଡିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସରାମୁଳି ପଞ୍ଚାୟତର ପୂର୍ବତନ ପିଇଓ ଅକ୍ରୂର ମାଝୀ ୫୩ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଓଡିଶା ଭିଜିଲାନ୍ସ ଦ୍ୱାରା ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ଅକ୍ରୂର ମାଝୀ ସରକାରୀ ପାଣ୍ଠିରୁ ୫୩,୩୮, ୮୦୯ ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ିଥିଲା । ୩୧. ୧୦.୨୩ ରୁ ୧୮.୧୧. ୨୦୨୪ ମଧ୍ୟରେ ପିଇଓ ଭାବରେ କାର୍ଯ୍ୟ କରୁଥିବା ସମୟରେ ସରାମୁଳି ପଞ୍ଚାୟତର ବିକାଶମୂଳକ କାର୍ଯ୍ୟକୁ କାର୍ଯ୍ୟକାରୀ ନକରି ୧୫ତମ ସିଏଫସି ଏବଂ ୫ମ ଏସଏଫସି ଅଧୀନରେ ୫୩, ୩୮, ୮୦୯ ଟଙ୍କା ହେରଫେର କରିଥିଲେ । ତେଣୁ ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ପିଇଓ ଅକ୍ରୂର ମାଝୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରି ମାମଲା ରୁଜୁ କରିଛି । ଗୁରୁବାର ତାଙ୍କୁ ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ପଠାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.