ପୂର୍ବତନ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ‘ମାଇଚିଆ’ ମନ୍ତବ୍ୟକୁ ନେଇ ସେବାକାରୀ କିନ୍ନର ସଂଘର ପ୍ରତିକ୍ରୀୟା

ସାମ୍ବାଦିକ ସମ୍ମିଳନୀରେ ଜୋର ବର୍ଷିଲେ କାମିନୀ କିନ୍ନର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜୁ ଜନତା ଦଳର ଆଗଧାଡିର ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଡ. ଅରୁଣ ସାହୁ ଗତ ମଙ୍ଗଳବାର ଦିନ ପୁରୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମର ମଞ୍ଚ ଉପରୁ ବର୍ତ୍ତମାନର ରାଜ୍ୟ ସରକାରଙ୍କୁ ଅପାରଗ କହି ସମାଲୋଚନା କରିବା ସହିତ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କୁ ‘ମାଇଚିଆ’ ଆଖ୍ୟା ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ସାରା ରାଜ୍ୟର ତୃତୀୟ ଲିଙ୍ଗୀ କିନ୍ନର ମହାସଂଘ ତରଫରୁ ଏପରି ଅଶାଳୀନ ଶବ୍ଦ ପ୍ରୟୋଗକୁ ବିରୋଧ କରାଯିବା ସହ ଏହାର ଦୃଢ ପ୍ରତିବାଦ ହେଉଛି। ରାଜ୍ୟ କିନ୍ନର ସଂଘ ତରଫରୁ ପ୍ରେସ୍ ମିଟ୍ ଜରିଆରେ ଡ. ଅରୁଣ ସାହୁଙ୍କ ‘ମାଇଚିଆ’ ଶବ୍ଦ ବ୍ୟବହାରକୁ ତୀବ୍ର ନିନ୍ଦା କରାଯାଇଛି। ଗୁରୁବାର ନର୍ଲାରୋଡଠାରେ ସେବାକାରୀ କିନ୍ନର ସଂଘ କଳାହାଣ୍ଡି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ସଂଘର ସଭାପତି କାମିନୀ କିନ୍ନର ପୂର୍ବତନ ଆଇନ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ଏଭଳି ‘ମାଇଚିଆ’ ଶବ୍ଦ ପ୍ରୟୋଗକୁ ନିନ୍ଦା କରିବା ସହ ଡ. ସାହୁ କ୍ଷମା ମାଗନ୍ତୁ ବୋଲି ଦାବୀ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଶିକ୍ଷାଗତ ଯୋଗ୍ୟତା ଥିବା କିନ୍ନର ମାନଙ୍କୁ ବିଭିନ୍ନ ବିଭାଗରେ ଚାକିରୀ ପ୍ରଦାନ କରିଛନ୍ତି। ହେଲେ ତାଙ୍କ ଦଳର ଜଣେ ଦାଇତ୍ୱବାନ ପୂର୍ବତନ ମନ୍ତ୍ରୀ କିନ୍ନର ମାନଙ୍କୁ ଆଘାତ ଦେଲାଭଳି ‘ମାଇଚିଆ’ ଶବ୍ଦ ପ୍ରୟୋଗ କରି ସାରା କିନ୍ନର ସମାଜକୁ ତାତ୍ସଲ୍ୟ କରିଛନ୍ତି। ଯଦି ଦମ ଅଛି ଅରୁଣ ସାହୁ କିନ୍ନର ମାନଙ୍କ ପାଖକୁ ଆସନ୍ତୁ ଆମେ ଆମର ଦମ ଦେଖାଇଦେବୁ। ପୂର୍ବତନ ମନ୍ତ୍ରୀ ଡ଼. ସାହୁ କେବଳ ଯେ କିନ୍ନର ମାନଙ୍କୁ ଅପମାନିତ କରିଛନ୍ତି ତା ନୁହଁ। କିନ୍ନର ମାନଙ୍କୁ ଚାକିରୀ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ବାବୁଙ୍କୁ, କିନ୍ନର ମାନଙ୍କ ସୁଖ ଦୁଃଖର ସାଥି ମୋହନ ସରକାରଙ୍କୁ ମଧ୍ୟ ଅପମାନିତ କରିଛନ୍ତି। ଏହାକୁ ଆମେ ଦୃଢ ବିରୋଧ କରିବା ସହ ତୀବ୍ର ନିନ୍ଦା କରୁଛୁ ବୋଲି ପ୍ରତିକ୍ରୀୟା ରଖିଛନ୍ତି ସେବାକାରୀ କିନ୍ନର ସଂଘ ସଭାପତି କାମିନୀ କିନ୍ନର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.