ଅଭିନବ ଢ଼ଙ୍ଗରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, ଗାଡି ସହ ଗଞ୍ଜେଇ ଜବତ କଲା ଅମ୍ବାଦଳା ପୋଲିସ

ଓଡ଼ିଆ ବାର୍ତ୍ତା/ ମୁନିଗୁଡ଼ା (ପଦ୍ମନ ଭତ୍ରା): ବଡ ଚତୁରତାର ସହ ଅଭିନବ ଢ଼ଙ୍ଗରେ ଘରୋଇ ଜିନିସ ସହ ଗଞ୍ଜେଇ ଚୋରା ଚାଲାଣ ବେଳେ ଏକ ବୋଲେରୋ ପିକ୍ ଅପ ଭ୍ୟାନ ସହିତ ୧୨୧ କିଲୋ ୬୬୦ ଗ୍ରାମ ଗଞ୍ଜେଇ ସହ ଘରୋଇ ଉପକରଣ ଜବତ କରିଛି ଅମ୍ବାଦଳା ପୋଲିସ । ସୂଚନା ଅନୁଯାୟୀ ରାତ୍ରି ପେଟ୍ରୋଲିଂ ବେଳେ ଘରୋଇ ଉପକରଣ ବୋଝେଇ ଏକ ପିକ୍ ଅପ ଭ୍ୟାନ ପୋଲିସ ଗାଡିକୁ ଦେଖି ଦୃତ ଗତିରେ ଯାଉଥିବା ବେଳେ ପୋଲିସ ସନ୍ଦେହ କରି ଉକ୍ତ ଗାଡିକୁ ପିଛା କରିଥିଲା | ଦୁଇ ଜଣ ଗଞ୍ଜେଇ ଚାଲାଣ କାରି କିଛି ଦୂର ଯିବା ପରେ ଶିବପଦର ଛକ ନିକଟରେ ପିକ୍ ଅପ ଭ୍ୟାନ ଛାଡ଼ି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ । ଉକ୍ତ ଗାଡି ଭିତରେ କିଛି ଘରୋଇ ଜିନିସ ଥିବା ପୋଲିସ ଦେଖିଥିବା ବେଳେ ଗାଡି ଭିତରୁ ଗଞ୍ଜେଇ ବାସ୍ନା ଆସିଥିଲା। ଗାଡ଼ି ଭିତରୁ ଗଞ୍ଜେଇ ବାସ୍ନା ହେଉଥିବା ଓ ଦୁଇ ଜଣ ଗାଡି ଛାଡ଼ି ପଳାଇବା ଘଟଣାକୁ ସନ୍ଦେହ କରି ପୋଲିସ ଯାଞ୍ଚ କରିବାରୁ ଭିତରେ ଗଞ୍ଜେଇ ଥିବା ଜଣା ପଡିଥିବା ବେଳେ ଗାଡି ଭିତରୁ ୧୨୧ କିଲୋ ୬୬୦ ଗ୍ରାମ ଗଞ୍ଜେଇ ସହ ସ୍ମାର୍ଟ କାର୍ଡ ବିୟରିଂ, ଗୋଟିଏ ଲୁହା ବିଛଣା ସେଟ୍, ଗୋଟିଏ ଲୁହା କୁଲର, ଗୋଟିଏ ଏଲଜି ୱାସିଂ ମେସିନ୍, ଦୁଇଟି ବିଛଣା ପ୍ଲାଇଉଡ୍, ଗୋଟିଏ ସୂର୍ଯ୍ୟ ଗ୍ୟାସ୍ ଚୁଲା, ଗୋଟିଏ ଏୟାରଟେଲ୍ ଆଣ୍ଟେନା, ଦୁଇଗୋଟି ପ୍ଲାଷ୍ଟିକ୍ ଚେୟାର,ଗୋଟିଏ ସୋଫା ଆଦି ଘରୋଇ ଉପକରଣ ମଧ୍ୟ ଜବତ କରିଛି | ଏକ୍ଜୁଟିଭ ମାଜିଷ୍ଟ୍ରେଟ ମୁନିଗୁଡା ଅତିରିକ୍ତ ତହସିଲଦାର ଓ ଦୁଇଜଣ ସରକାରୀ ସାକ୍ଷୀଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ସମସ୍ତ ଜିନିସ ଜବତ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.