ଦଳ ଛାଡିଲେ ବରିଷ୍ଠ ବିଜେଡି ନେତା ପ୍ରଫେସର ନିଳାମ୍ବର ଶତପଥୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ବିଜେଡ଼ି ଛାଡିଲେ ଦଳର ବରିଷ୍ଟ ନେତା ପ୍ରଫେସର ନୀଳାମ୍ବର ଶତପଥୀ। ଜିଲ୍ଲା ବିଜେଡିରେ ମେରିରାୟ ଶାସନ ଓ ଯୋଗ୍ୟ ଲୋକଙ୍କୁ ହତାଦର ଯୋଗୁଁ ଆଜି ଅସନ୍ତୋଷ ବ୍ୟକ୍ତ କରିବା ସହ ବିଜେଡି ଛାଡିଛନ୍ତି ପ୍ରଫେସର ନିଳାମ୍ବର ଶତପଥୀ। ନବୀନ ବାବୁଙ୍କ ଦୃଢ଼ ନେତୃତ୍ବ ତଥା ଦୁର୍ନୀତି ବିରୁଦ୍ଧରେ ତାଙ୍କର ଦୃଢ ପଦକ୍ଷେପରେ ଉଦବୁଦ୍ଧ ହୋଇ ସେ ବିଜେଡିରେ ଯୋଗ ଦେଇଥିଲେ। ହେଲେ ବର୍ତ୍ତମାନ ଆଉ ସେ ସମୟ ନାହିଁ କିଛି ମୁଷ୍ଟିମେୟ ଲୋକ ଦଳକୁ ଭୂଲ ମାର୍ଗ ରେ ପରିଚାଳନା କରି ବିଶୃଙ୍ଖଳା ସୃଷ୍ଟି କରି ଦଳ ମୁଖ୍ୟ ଉଦ୍ଦେଶ୍ୟ ରୁ ବ୍ୟତିକ୍ରମ ହୋଇ ଦିଗହରା ହୋଇଛି । ପ୍ରକାଶ ଯୋଗ୍ୟ ଯେ ଗତ ୨୦୧୩ ରେ ସୁବର୍ଣ୍ଣପୁର ଠାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୌର ସଂସ୍ଥା ନିର୍ବାଚନ ପାଇଁ ଆସିଥିବା ନିର୍ବାଚନୀ ସଭାରେ ପ୍ରଫେସର ନିଳାମ୍ବର ଶତପଥୀ ବିଜୁ ଜନତା ଦଳରେ ଯୋଗଦେଇଥିଲେ। ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ବିଜେଡିରେ ଉପଦେଷ୍ଟା କମିଟିରେ ଯଦିଓ ରଖାଯାଇଥିଲା ତଥାପି ତାଙ୍କର ଉପଦେଶ ବା ମତାମତକୁ ସବୁବେଳେ ଅଣଦେଖା କରାଯାଉଥିଲା ଏଣୁ ଅତିଷ୍ଠ ହୋଇ ଆଜି ସେ ଦଳଛାଡି ତାଙ୍କର ଇସ୍ତଫା ପତ୍ର ବିଜୁ ଜନତା ଦଳ ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଦେଇ ବର୍ତ୍ତମାନ ସେ ନିର୍ଦ୍ଦଳୀୟ ହୋଇ ତାଙ୍କର ଅବଶିଷ୍ଟ ଜୀବନ ତମାମ ସେ ଦଳିତ ଓ ଅବହେଳିତ ଲୋକଙ୍କ ସେବାରେ ବ୍ରତୀ ହେବେ ବୋଲି ଆଜି ପେଲେସ ଗାର୍ଡେନ ସ୍ଥିତ ତାଙ୍କର ବାସ ଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.