ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଗଣଦୌଡ଼ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ୧୨ଜୁନ ରୁ ଆରମ୍ଭ ହୋଇଥିବା ବିକାଶ ମେଳା ଆସନ୍ତା କାଲି ଶେଷ ହେବାର କାର୍ଯ୍ୟକ୍ରମ ରହିଅଛି | ଏଥି ନିମନ୍ତେ ଆଜି ଗଣଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏହି ଗଣଦୌଡ଼କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗ ଦେଇ ଉଦ୍ଘାଟନ କରିଥିଲେ | ବିଶେଷ ଭାବେ ରାୟଗଡ଼ା ମହିଳା ମହାବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାଗନେଇ ସ୍ଥାନୀୟ ଶାଇ ଇଣ୍ଟରନାସନାଲ୍ ହୋଟେଲ ଛକ ଠାରୁ କୋଟ୍ଲାଗୁଡା ସ୍ଥିତ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ୫କିଲମିଟର ରାସ୍ତା ଅତି ଉତ୍ସାହର ସହ ଦୌଡ଼ି ଥିଲେ | ଏଥିରେ ପୁରୁଷ ବର୍ଗରୁ ଆର.ଧୋନି ପ୍ରଥମ, ମୋନଜ ନାୟକ ଦ୍ୱିତୀୟ ଓ ରୋହନ କାଡ୍ରାକା ତୃତୀୟ ଥିବା ବେଳେ ମହିଳା ବର୍ଗରୁ ଲଳିତା ତିଆକା ପ୍ରଥମ, ପିଙ୍କି ହିମିରିକା ଦ୍ୱିତୀୟ ଦୀପିକା ବିଡ଼ିକା ତୃତୀୟ ସ୍ଥାନ ଅଧିକାର କରିଥିଲେ | ସମସ୍ତ ବିଜେତା ମାନଙ୍କୁ ଆସନ୍ତା ଯୋଗ ଦିବସରେ ପୁରସ୍କୃତ କରାଯିବା ନେଇ ଘୋଷଣା କରାଯାଇଛି | ଏଥିରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ସୁସ୍ମିତା ବାଉରୀ, ବରିଷ୍ଠ ନାଗରିକ ପ୍ରଭାତ କୁମାର ଲେଙ୍କା, ସମସ୍ତ ଗଣମଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ | ଏହି କାର୍ଯ୍ୟକ୍ରମଟି ବ୍ୟାଙ୍କ ପ୍ରତ୍ସାହନରେ ଅନୁଷ୍ଠିତ ହୋଇଥିବାରୁ ଭାରତୀୟ ଷ୍ଟେଟ ବ୍ୟାଙ୍କର ସାଧାରଣ ପରିଚାଳକ ଶ୍ରୀ ଉତ୍ତର କୁମାର, ଜିଲ୍ଲା କ୍ରୀଡ଼ା ବିଭାଗର କ୍ରୀଡ଼ା ଅଧିକାରୀ ଜନାବ ଶେଖ ଅଲେନୁର କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ପରିଚାଳନା କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.