ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି | ଛାତ୍ରୀ ଅମ୍ରିତା ରାଜପଲିଆ, ଛାତ୍ର ପରିତୋଷ ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାର୍ଗବୀ ରାଜପଲିଆ, ବୈଜୟନ୍ତୀ ମହାକୁର, ଶ୍ରଦ୍ଧାଞ୍ଜଳି ଦାଶ, ଲକ୍ଷ୍ମୀ ନାଗ ପ୍ରମୁଖ ଶିକ୍ଷୟିତ୍ରୀ ଯୋଗ ଓ ଯୋଗ ଦିବସର ତାତ୍ପର୍ଯ୍ୟ ବିଷୟରେ ବୁଝାଇଥିଲେ | ସାମ୍ବାଦିକ ରମାକାନ୍ତ ରାଜପଲିଆ, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା, ନବକିଶୋର ନାଗ ଯୋଗ ତାଲିମ ପ୍ରଦାନ କରିଥିଲେ | ବନ୍ଦନା ରଣା ଅତିଥି ପରିଚୟ ଓ ସଙ୍ଗୀତା ବାଗ ଧନ୍ୟବାଦ ଅର୍ପଣ କରିଥିଲେ | ପ୍ରହ୍ଲାଦ ସିନ୍ଧ୍ରୀଆ, ସାବିତ୍ରୀ ରାଜପଲିଆ, କାନ୍ତି ହାତୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ସେହିପରି ଟିକ୍ରାପଡ଼ା ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଭୀମସେନ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଵସରପ୍ରାପ୍ତ ଶିକ୍ଷକ ନାରାୟଣ ପଣ୍ଡା ଯୋଗ ପ୍ରଶିକ୍ଷଣ ଦେଇଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.